ବୈପାରିଗୁଡା,୨୨/୨ (ସନ୍ଧାନ ନିଉଜ) – ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି ।ଏଥି ନିମନ୍ତେ ପରୀକ୍ଷା କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଆଜି ଛାତ୍ର ଛାତ୍ରୀ ମାନେ ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା ଦେଇଥିବା ବେଳେ ସକାଳ ୧୦ ଘଣ୍ଟା ସମୟରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ୩୦ ସମୟ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।ବୈପାରିଗୁଡା ଶିକ୍ଷା ବିଭାଗ ଅଧିନରେ ମୋଟ ୩ଟି କେନ୍ଦ୍ରରୁ ସର୍ବ ମୋଟ ୮୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କୌଣସି କାରଣ ବଶତଃ ୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ପାରିନଥିଲେ ଯାହା ଫଳରେ କି ପ୍ରଥମ ଦିନରେ ମୋଟ ୮୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରେ ସକ୍ଷମ ହୋଇପାରିଥିଲେ ।ବୈପାରିଗୁଡା ତହସିଲଦାର ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ସେଠି ୩ଟି ପରୀକ୍ଷା କେନ୍ଦ୍ର କୁ ତଦାରଖ କରିବା ନିମନ୍ତେ ଘୁରିବୁଲୁଥିବାର ଦେଖିବାକୁ ମିଳିଛି ।ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା , ବୈପାରିଗୁଡା
2 Attachments