ଆଜିଠାରୁ ଦେଶରେ ଲାଗୁ ହେବ ନୂଆ ଜିଏସଟି, ଶସ୍ତା ହେଲା ହାଇବ୍ରିଡ କାର, ୩୫୦ସିସିରୁ ଅଧିକ ବାଇକ, ଏୟାର କଣ୍ଡିସନର, ୩୨ଇଞ୍ଚରୁ ବଡ ଟିଭି

Spread the love

ସନ୍ଧାନ ନ୍ୟୁଜ ବ୍ୟୁରୋ: ନୂଆ ଜିଏସଟି ଯୋଗୁ ଏମଏସଏମଇ, କ୍ଷୁଦ୍ର ଶିଳ୍ପ, କୁଟୀର ଉଦ୍ୟୋଗ ବିଶେଷ ଉପକୃତ ହେବେ। ନବରାତ୍ରୀ ପୂର୍ବରୁ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ- ଭାରତୀୟମାନେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ। ବାର୍ଷିକ ୧୨ ଲକ୍ଷ ଟଙ୍କାର ଟାକ୍ସ ସ୍ଲାବରେ ଆୟକର ନଥିବାରୁ ମଧ୍ୟବିତ୍ତମାନେ ଉପକୃତ ହେଉଛନ୍ତି। ମଧ୍ୟବିତ୍ତଙ୍କ ଦ୍ବାରା ବ୍ୟବହୃତ ପ୍ରାୟ ୯୯ ପ୍ରତିଶତ ସାମଗ୍ରୀର ଦର ହ୍ରାସ ପାଇଛି। ଜିଏସଟି ଥିଲା ୧୨ ପ୍ରତିଶତ। ଏବେ ହୋଇଛି ୫ ପ୍ରତିଶତ ସାମଗ୍ରୀଗୁଡିକ ହେଲା – ଲହୁଣୀ, ଘିଅ, ଦୁଗ୍ଧଜାତୀୟ ସାମଗ୍ରୀ, ନମକିନ, ଭୁଜିଆ, ମିକ୍ସଚର, ବାସନକୁସନ, ପିସ୍ତା, ଅଳେଇଚ, ସପୁରୀ, ପିଜୁଳି, ଆମ୍ବ, କମଳା, ଅଙ୍ଗୁର, ଲେମ୍ବୁ,ଉଲ୍ ପ୍ରାଣୀଜାତୀୟ ଚର୍ବି, ପ୍ରିଜର୍ଭଡ ମିଟ, ଫିଡିଂବୋତଲ, ପିଲାଙ୍କ ନାପକିନ, କ୍ଲିନିକାଲ ଡାଏପର, ସିଲେଇ ମେସିନ ଯନ୍ତ୍ରାଂଶ, ସମସ୍ତ ଡାଏଗ୍ନୋଷ୍ଟିକ କିଟ ଓ ରିଏଜେଣ୍ଟ, ଗ୍ଳୁକୋମିଟର, ଟେଷ୍ଟ ଟ୍ରିପ, କରେକ୍ଟିଭ ସ୍ପେକ୍ଟାକଲ, ବାୟୋପେଷ୍ଟିସାଇଡ, ମାଇକ୍ରୋ ନୁଟ୍ରିଣ୍ଟ, ବୁନ୍ଦା ଜଳସେଚନ ସାମଗ୍ରୀ ଓ ସ୍ପ୍ରିଙ୍କଲର, କୃଷି, ଉଦ୍ୟାନ, ଜଙ୍ଗଲରେ ମୃତ୍ତିକା ସମ୍ପର୍କିତ କାମରେ ଲାଗୁଥିବା ମେସିନ, ଛତୁ, ଜାମ, ବାଦାମ, କାଜୁ, ଆମ୍ବ, ଲେମ୍ବୁ, କମଳା, ସପୁରୀ ଜୁସ, ଡାଏବେଟିକ ଖାଦ୍ୟପଦାର୍ଥ, ପାନୀୟ ଜଳ ବୋତଲ, ଫଟୋଗ୍ରାଫିକ ପ୍ଲେଟ, ଆୟୋଡିନ, ସଲଫୁରିକ ଏସିଡ। ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ହୋଇଥିବା ସାମଗ୍ରୀଗୁଡିକ ହେଲା ଗ୍ଲୋବ, ଚାର୍ଟ, ପେନସିଲ, ସାର୍ପେନର, କ୍ରେୟନ, ପାଷ୍ଟେଲ, ଏକ୍ସରସାଇଜ ବୁକ୍ ନୋଟବୁକ, ଇରେଜର, ୟୁଏଚଟି ଦୁଗ୍ଧ, ଛେନା, ପନୀର, ଚଖରା, ଚପାତି, ରୁଟି,ପିଜା ବ୍ରେଡ ଇତ୍ୟାଦି। ସେହିପରି ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମୀ ଓ ଜୀବନ ବୀମା, ପରଟା ଉପରୁ ବି ଜିଏସଟି ଛାଡ଼ ହୋଇଛି। ୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀ ହେଉଛି- କେଶତୈଳ, ସାମ୍ପୋ, ଟୁଥପେଷ୍ଟ, ଟଏଲେଟ ସାବୁନ, ଟୁଥ୍ ବ୍ରସ, ସେଭିଂକ୍ରିମ, ମାର୍ଗାରିନ, ଲିନୋକ୍ସିନ, ଷ୍ଟାର୍ଚ, କୋକୋଆ, ମେଡିକାଲ ଗ୍ରେଡ ଅକ୍ସିଜେନ, ଟ୍ରାକ୍ଟର ଟାୟାର ଓ ପାର୍ଟସ ଇତ୍ୟାଦି। ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଥିବା ସାମଗ୍ରୀ ହେଉଛି- ହାଇବ୍ରିଡ କାର, ୩ ଚକିଆ ଯାନ, ୩୫୦ସିସିରୁ ଅଧିକ ବାଇକ, ସାମଗ୍ରୀ ପରିବହନ କରୁଥିବା ମୋଟର ଯାନ, ଏୟାର କଣ୍ଡିସନର, ୩୨ଇଞ୍ଚରୁ ବଡ ଟିଭି, ଏଲଇଡି ଓ ଏଲସିଡି ଟିଭି, ମନିଟର ଓ ପ୍ରୋଜେକ୍ଟର, ଡିସ୍ ୱାସିଂ ମେସିନ, ବିଡ଼ି, ନୁମାଟିକ ଟାୟାର, ସାଇକେଲ ରବର। ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀଗୁଡିକ ହେଲା- ତମାଖୁ, ତମାଖୁଜାତୀୟ ସାମଗ୍ରୀ। ୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ଜିଏସଟି ବଢ଼ିଥିବା ସାମଗ୍ରୀ ହେଉଛି- ପାନମସଲା, ଏରେଟେଡ ୱାଟର, ଆଡେଡ ସୁଗାର ବା ସୁଇଟେନିଂ, ଫ୍ଲେଭରଯୁକ୍ତ ସାମଗ୍ରୀ, ଅଣଆଲକୋହୋଲିକ ପାନୀୟ, ସିଗାର, ଚିରୁଟ, ସିଗାରିଲୋ, ସିଗାରେଟ,ନିକୋଟିନଜାତ ସାମଗ୍ରୀ।

Related Posts

About The Author

Add Comment