ସୋମବାର ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ

Spread the love

ବାରିପଦା, 26.01.2021 (ସନ୍ଧାନ ନିଉଜ୍) : କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଛନ୍ତି । ସୋମବାର ଜାତୀୟ ଭୋଟର ଦିବସ ଉପଲକ୍ଷେ ଏହି ନୂଆ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଆଇନ ମନ୍ତ୍ରୀ । ଆଜିଠାରୁ ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ଓ୍ବେବ୍‌ସାଇଟ୍‌ରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍‌ କରିପାରିବେ । ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ । ଏହି ସମୟ ମଧ୍ୟରେ କେବଳ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟରମାନେ ଅର୍ଥାତ ପୂର୍ବରୁ ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ । ଦ୍ବିତୀୟ ପର୍ଯ୍ୟାୟ e-EPICs ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ଏବଂ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ ।

କିପରି କରିବେ ଡାଉନଲୋଡ୍‌:- ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହି ଆପ୍‌ ଗୁଗୁଲ ପ୍ଲେ ଷ୍ଟୋର (Play store)ରେ ଉପଲବ୍ଧ ହେବ । ଏହି ଆପ୍ ଡିଜିଟାଲ ଲକର୍‌ ଆପ୍ଲିକେଶନ୍‌ ସାଇଟ୍‌ରେ ଉପଲବ୍ଧ ହେବ । ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍‌ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ କେବଳ ଫର୍ମ-୬ ପୂରଣ କରି e-voter ପରିଚୟ ପତ୍ର ପାଇପାରିବେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ID ଏବଂ ମୋବାଇଲ ନମ୍ବର ଦେଇ e-voter ପରିଚୟ ପତ୍ର ପାଇପାରିବେ ।

Related Posts

About The Author

Add Comment