ଆଗେଇଚାଲିଛି ରଥ ଖଳାରେ କଣଗୁଜ କାର୍ଯ୍ୟ; ୩ ରଥର ୩୩ ସରିଛି

Spread the love

ପୁରୀ, ୧୪/୬ (ସନ୍ଧାନ ନିୟୁଜ) ଶ୍ରୀନଗର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମହାରଣା, ରୁପକାର, ଭୋଇ, କମାର ଓ କରତି ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ଶ୍ରୀକ୍ଷେତ୍ର ଭଉଁରିରେ ୩ଟି ରଥର ଦୁଇଟି ଲେଖାଁଏ ଚକ ଅଖଡେରା ନୀତି ସମ୍ପନ୍ନ ହେବା ପରେ ଚକ ତିଆରି ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ମୋଟ ୪୨ଟି ଚକ ତିଆରି ସରିଛି। ରଥଖଳା ବାହାରେ ଦଣ୍ଡାହଣା କାମ ଚାଲିଛି। ମଙ୍ଗଳବାର ୩ଟି ରଥର ଆଉ ଦୁଇଟି ଲେଖାଁଏ ଚକ ଅଖ ଡେରା ହେବ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ସେପଟେ ରଥଖଳାରେ ଗରଗରା ତିଆରି ଚାଲିଛି। ରୁପକାରମାନେ ଖୋଦେଇ କରୁଛନ୍ତି। ସୋମବାର ସୁଦ୍ଧା ୩ଟି ରଥର ୩୩ଟି କଣଗୁଜ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ କଣଗୁଜ କାମ ଶେଷ ହୋଇଯିବ ବୋଲି ନନ୍ଦିଘୋଷ ରଥ ରୁପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି। ଏହାପରେ ସିହାଂସନ, ନାଟ ଗୋଟ ଏବଂ ପରଭା କାମ ଆରମ୍ଭ ହେବ। ଦୋଳବେଦି କୋଣରେ କମାର ସେବକମାନେ ଲୁହାଙ୍କଟା ତିଆରି ଏବଂ କରତି ସେବକମାନେ ଗଲୟ କାଠ ଚିରଟରେ ବ୍ୟସ୍ତ ରହିଛନ୍ତି।

Related Posts

About The Author

Add Comment