ଆଗାମୀ ୫ ତାରିଖ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଗ୍ରସ୍ତ ସମୟରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବାକୁ ଦାବି

Spread the love

ଯାଜପୁର: ୦୩/୦୩ (ସନ୍ଧାନ ନିଉଜ): ଆଗାମୀ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗ୍ରସ୍ତ ସମୟରେ ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ହରିଦାସପୁର, କେନ୍ଦ୍ରପଡ଼ା, ପାରାଦ୍ୱୀପ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଚାଲୁ କରିବା । ଧାନମଣ୍ଡଳ ଠାରେ ଇଣ୍ଡିଆନ ଅଏଲ୍ ତରଫରୁ ତୈଳ ବିଶୋଧନଗାର ସ୍ଥାପନ କରିବା । ଓଡ଼ିଶାର ୪୮୦ କି.ମି. ବ୍ୟାପ୍ତ ସମୁଦ୍ର ତଟ ଅଞ୍ଚଳରେ ହେନ୍ତାଳ ବଣ ସହ ଉଚ୍ଚ ବନ୍ଧ ଓ ରାସ୍ତା ନିର୍ମାଣ କରିବା । ପ୍ରକଳ୍ପ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ୫ ତାରିଖ ତାଙ୍କ ଗ୍ରସ୍ତ ସମୟରେ ଘୋଷଣା କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କଂଗ୍ରେସ କାର୍ଯ୍ୟାକରିଣୀ ସଦ୍ୟ ଡ. ରାମଚନ୍ଦ୍ର ଖୁଣ୍ଟିଆ ଦୃଢ଼ ଦାବି କରିଛନ୍ତି । ଦୈତାରୀ ପାରାଦ୍ୱିପ ତୋରିତ ରାଜପଥ ରାସ୍ତାକୁ ୮ ଲେନ୍ ବିଶିଷ୍ଟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁଛି । ଏହି ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ଶୁଭ ଦେବା ନିର୍ମାଣ କାର୍ଯ୍ୟ ସରିନଥିବରୁ ଏହାକୁ ଲୋକର୍ପଣ କରିବା ସମୟ ଆସିନାହିଁ । ସେହିପରି ଯାଜପୁର ରୋଡ଼ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟଙ୍କା ଦେବା ପରେ ନିର୍ମାଣ କରିବା ପାଇଁ ଟେଣ୍ଡର କରାଯାଇନଥିବାବେଳେ ଏହାକୁ ଲୋକାର୍ପଣ କରିବା ନିର୍ବାଚନ ପୂର୍ବରୁ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଯାଜପୁର-କେନ୍ଦୁଝର-ରାଉରକେଲା-ସୁନ୍ଦରଗଡ଼ ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ ବିଦେଶକୁ ପଠାଯାଉଛି ।ଏଣୁ ଏ ସମସ୍ତ ଖଣିଜ ପଦାର୍ଥ ରପ୍ତାନ କରି ଯାଜପୁର କେନ୍ଦୁଝର-ରାଉରକେଲା-ସୁନ୍ଦରଗଡ଼ ଅଞ୍ଚଳରେ ଏହି ଖଣିଜ ପଦାର୍ଥକୁ ବିନିଯୋଗ କରି ନୂତନ କଳକାରଖାନା ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଡା. ଖୁଂଟିଆ ଦାବୀ କରିଛନ୍ତି । ଏହି ଉପରୋକ୍ତ ପ୍ରୋଜେକ୍ଟ ଗୁଡ଼ିକୁ ଘୋଷଣା କରାନଗଲେ ଏହା ପ୍ରଧାନମନ୍ତ୍ରୀଙ୍କର କେବଳ ଏକ ନିର୍ବାଚନ ସଭା ଏବଂ ଏହାକୁ କଂଗ୍ରେସ ଦଳ ତରଫରୁ ବିରୋଧ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମନେଜା ରାଉତ କଂଗ୍ରେସ ନେତା ଶ୍ରୀ ସନ୍ତୋଷ ନନ୍ଦ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment