ଆଗାମୀ ସାଧାରଣତନ୍ତ୍ର ଦିବସରେ ବାୟୁ ସେନା ଜୈବ ଜାଳେଣି ବ୍ୟବହାର କରି ଉଡ଼ାଇବ ଏଏନ୍‌-୩୨ ବିମାନ

Spread the love

ନୂଆଦିଲ୍ଲୀ,  ୬/୧ (ସନ୍ଧାନ ନିୟୁଜ) : ପୁଣି ଥରେ ସବୁଜ ସମାଜ ଆଡ଼େ ମୁହାଁଇ ଭାରତୀୟ ବାୟୁ ସେନା(ଆଇଏଏଫ୍‌) ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଏଏନ୍‌-୩୨ ବିମାନକୁ ଜୈବ ଜାଳେଣି ଦ୍ୱାରା ଉଡ଼ାଣ କରି ଗଣତନ୍ତ୍ର ଦିବସ ପରେଡ ଫ୍ଲାଏପାଷ୍ଟ୍‍ କରିବାର ଯୋଜନା ରଖିଛି।

ଏହି ଫ୍ଲାଏପାଷ୍ଟ୍‍ ପ୍ରତିବର୍ଷ ଜାନୁଆରି ୨୬ ପରେଡର ସ୍ୱତନ୍ତ୍ର ଆକର୍ଷଣ ସାଜିଥାଏ। ଯୁଦ୍ଧ ବିମାନ ସହିତ ପ୍ରତ୍ୟେକ ଆଗଧାଡ଼ିର ବିମାନ ଏଥିରେ ଅଂଶ ଗ୍ରହଣ କରିଥାନ୍ତି।

ତେବେ, ଚଳିତବର୍ଷ ଫ୍ଲାଏପାଷ୍ଟ୍‍ରେ ଉଡ଼ିବାକୁ ଥିବା  ଏଏନ୍‌-୩୨ ବିମାନଟି ୯୦ ପ୍ରତିଶତ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌(ଏଟିଏଫ୍‌) ସହ ୧୦ ପ୍ରତିଶତ ଜୈବ ଜାଳେଣି ସହାୟତାରେ ଉଡ଼ିବ ବୋଲି ବାୟୁ ସେନା ଅଧିକାରୀ ସୂଚନା ଦେଇଛନ୍ତି। ବାକି ଅନ୍ୟ ବିମାନଗୁଡ଼ିକ ବିନା ଜୈବ ଜାଳେଣିରେ ଉଡ଼ିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ବିମାନରେ ବ୍ୟବହୃତ ହେଉଥିବା ଜାଳେଣି ଖର୍ଚ୍ଚ କମ କରିବା ପାଇଁ ଗତ ମାସ ବାୟୁ ସେନା ୧୦ ପ୍ରତିଶତ ଏଟିଏଫ ତୈଳ ବ୍ୟବହାର କମାଇବା ଯୋଜନାରେ ଏହି ଏଏନ୍‌-୩୨ ବିମାନ ଉଡ଼ାଣର ଯୋଜନା କରିଥିଲା। ପରୀକ୍ଷା ସମୟରେ ଜୈବ ଜାଳେଣିରେ ଚାଲୁଥିବା ଏହି ବିମାନଟି ଚଣ୍ଡିଗଡ଼ ଆକାଶରେ ପ୍ରାୟ ୪୫ ମିନିଟି୍‌ରୁ ଊର୍ଧ୍ୱ ସମୟ ପର୍ଯ୍ୟନ୍ତ ଉଡ଼ିବାରେ ଲାଗିଥିଲା।

ଏଟିଏଫ୍‌ ତୈଳ ବ୍ୟବହାର କମ କରିବାର ଏହି ଯୋଜନା ଥରେ ସଫଳ ହେବା ପରି ଅନୁଭବ ହେଲେ ବାୟୁ ସେନା ଏଏନ୍‌-୩୨ ପରି ସୁକୋଇ-୩୦, ମିଗ୍‌-୨୯ ଏବଂ ଅନ୍ୟ ବିମାନରେ ବି ଏହି ଜାଳେଣି ବ୍ୟବହାର କରିବ।

Related Posts

About The Author

Add Comment