ରସୁଲପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ମହାମାରୀ ଯୋଗୁଁ ସାରା ବିଶ୍ବରେ କ୍ରୀଡାଜଗତ ଏବେ ସଂପୂର୍ଣ୍ଣ ବନ୍ଦ ରହିଛି। ମାତ୍ର ଅନଲକ ୫ ପରେ ତଥା ଆପିଏଲ ମ୍ୟାଚ ଆୟୋଜିତ ହେବା ପରେ କ୍ରୀଡା ପ୍ରେମୀ ଓ ଖେଳାଳି ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ରସୁଲପୁର ବ୍ଳକ ବ୍ରହ୍ମବରଦା ପଞ୍ଚାୟତ ପଠାନମହାଲା ସାହିର ୧୦ ବର୍ଷୀୟ ଶିଶୁ କ୍ରୀଡାବିତ୍ ନାସିରୁଧିନ ଖାନ ଆଗାମୀ ଖେଳ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କରୋନା ସମୟରେ ସମୟ ନଷ୍ଟ ନକରି ନିଜକୁ ଫିଟ ରଖିବା ପାଇଁ ଯୋଗ,ପ୍ରଣାୟମ ସହିତ କ୍ରିକେଟ ଖେଳ ଅଭ୍ୟାସ ଜାରି ରଖିଛନ୍ତି। ଖୁବ୍ ଶିଘ୍ର ଖେଳଋତୁ ଆସୁଥିବାରୁ ଦିନକୁ ନଅରୁ ଦଶ ଘଣ୍ଟା ଅଭ୍ୟାସ କରୁଛନ୍ତି। ସୂଚନା ଥାଉକି ଏହି ଶିଶୁ କ୍ରୀଡାବିତ୍ ଗତବର୍ଷ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦୨୪ ଭିଜିନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଯାଜପୁର ବିଏମସିସି ଗୋଲକୁଣ୍ଡା ଦଳର ଜଣେ ଉଦୀୟମାନ ଅଲରାଉଣ୍ଡର ଭାବେ ପରିଗଣିତ । ତେଣୁ ଆଗାମୀ ଦିନରେ କରୋନା କଟକଣାକୁ ଆଖି ଆଗରେ ରଖି ନିଜକୁ ପ୍ରସ୍ତୁତ କରୁଛନ୍ତି। ନାସିର ବ୍ରହ୍ମବରଦା ହାଜିରହିମିଆଁ ଉଚ୍ଚ ବିଦ୍ୟାଳୟ ଷଷ୍ଠ ଶ୍ରେଣୀର ଛାତ୍ର ଅଟନ୍ତି।
ଆଗାମୀ କ୍ରୀଡାପାଇଁ ପ୍ରସ୍ତୁତ ଶିଶୁ କ୍ରିଡାବିତ ନାସିର,କୋରନା କୁ ମାତ ଦେବାକୁ କରୁଛନ୍ତି ଯୋଗ
|
October 18, 2020 |


