ଆଗରପଡ଼ା: ବୁଲବୁଲ କ୍ଷତିଗ୍ରସ୍ତ ଚାଷ ଜମିରେ ପ୍ରଶାସନିକ ଅଧିକାରୀ

Spread the love

ଆଗରପଡ଼ା,  ୧୬/୧୧ (ସନ୍ଧାନ ନିଉଜ) : ବୁଲବୁଲ ବାତ୍ୟା ଜନିତ କ୍ଷୟକ୍ଷତି ହୋଇଥିବା ଧାନଚାଷ ଜମିକୁ ପ୍ରଶାସନିକ ଅଧିକାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ ପରିଦର୍ଶନ କରୁଥିବାର ପରିଲକ୍ଷିତ ହୋଇଛି । ଏଥି ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ଆବେଦନ କରିବା ପାଇଁ ବିଭିନ୍ନ ଆରଆଇ ଅଫିସରେ ଲମ୍ବା ଲାଇନ ଲଗାଉଛନ୍ତି । ତେବେ ପ୍ରକୃତ କ୍ଷତି ଗ୍ରସ୍ତ ଚାଷୀ ସରକାରୀ ସହାୟତା ପାଇବେ କି ନାହିଁ । ଏଥିନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । କାରଣ ପୂର୍ବରୁ ବିଭିନ୍ନ ସରକାରୀ ସହାୟତା ପ୍ରକୃତ ଚାଷୀମାନେ ପାଇ ପାରି ନଥିବାର ଅନେକ ନଜୀର ରହିଛି ବୋଲି ଚାଷୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ବନ୍ତ ତହସିଲ ଅଧିନରେ ଥିବା ୬ଟି ଆରଆଇ ସର୍କଲରେ ଏହି କ୍ଷତିଗ୍ରସ୍ତ ଚାଷ ଜମିର ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । କେନ୍ଦୁଆପଦା, ଛୟାଳସିଂ, ଗଣିଜାଙ୍ଗ ସର୍କଲରେ ଅତିରିକ୍ତ ତହସିଲଦାର ବିଜୟ ସେଠୀ ଓ ଆଗରପଡ଼ା, ଅଣିଜୋ, ଆପଣ୍ଡା ସର୍କଲରେ ତହସିଲଦାର ଇନ୍ଦିରା ସ।।ହୁଙ୍କ ତତ୍ତ୍ୱାବଧାନରେ ଆରଆଇ, କୃଷି ଅଧିକାରୀମାନେ ଏହି କାର୍ଯ୍ୟ କରୁଛନ୍ତି । ଏହି ତହସିଲ ଅଧିନରେ ଥିବା ୨୦୬ ରାଜସ୍ୱ ଗ୍ରାମର ମୋଟ ୧୮ ହଜାର ୮୬୫ ହେକ୍ଟର ଜମି ରହିଛି । ସେଥିମଧ୍ୟରୁ ୧୭ ହଜାର ୬୨ ହେକ୍ଟର ଜମି ଥିବାର ଜଣାପଡ଼ିଛି । ବୁଲବୁଲ ବାତ୍ୟା ଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ଧାନଗଛ ଗୁଡ଼ିକ ପାଣିରେ ଶୋଇ ରହିଛଇ । ଏହାଫଳରେ ଗଛ ଗୁଡ଼ିକ ପଚି ନଷ୍ଟ ହୋଇଗଲାଣି । ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ପାଇ ପାରିଲେ ଋଣ ମୁକ୍ତ ପାଇ ପାରିବେ ନଚେତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯିବ ।

Related Posts

About The Author

Add Comment