ଭଣ୍ଡାରିପୋଖରୀ, ୧୬/୧୧ (ସନ୍ଧାନ ନିଉଜ) : ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିôବା ଆଖୁଆପଦା ହିଞ୍ଜଳାସାହିରୁ ନଦୀବନ୍ଧକୁ ସଂଯୋଗୀକରଣ ସ୍ଲିପ ରୋଡ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ରାଜପଥର ୯୦/୭୦୦ ମିଟରରେ ଅବସ୍ଥିତ ସଂପୃକ୍ତ ସାହିର ଶିଶୁମାନେ ବିପଦପୂର୍ଣ୍ଣ ଭାବେ ରାଜପଥ ଅତିକ୍ରମ କରି ସ୍କୁଲ, ପୋଷ୍ଟଅଫିସ, ବ୍ୟାଙ୍କ ଓ ଡାକ୍ତରଖାନାକୁ ଦୈନିକ ଯାତାୟତ କରୁଛନ୍ତି । ସାହିର ଲୋକେ ମଧ୍ୟ ଅନୁରୂପ ଭାବେ ରାଜୀୟ ରାଜପଥ ଅତିକ୍ରମ କରୁଛନ୍ତି । ଏହାର ପ୍ରତିକାର ନିମନ୍ତେ ଆନନ୍ଦ ଚନ୍ଦ୍ର ପଲାଇ, ଅବକାଶ ପଲାଇ, ରତ୍ନାକର ପଲାଇ, ମଧୁସୂଦନ ଭୂତିଆ, ଲଲାଟ ପଣ୍ଡା ପ୍ରମୁଖ ସାହିର ଲୋକେ ରାଜୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ, ଭଦ୍ରକ ଜିଳ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରରଙ୍କୁ ଦାବି ପତ୍ର ପ୍ରଦାନ କରି ରାଜପଥର ୯୦/୭୦୦ମିଟରରୁ ନଦୀବନ୍ଧ ପର୍ଯ୍ୟନ୍ତ ସ୍ଲିପରୋଡ ନିର୍ମାଣ କରିବାକୁ ଦାବି କରିଛନ୍ତି ।
ଆଖୁଆପଦା ହିଞ୍ଜିଳାସାହିରୁ ନଦୀବନ୍ଧକୁ ସ୍ଲିପରୋଡ ନିର୍ମାଣ ଦାବି
|
November 16, 2019 |