ଆଉ ସହି ହେଉନି: ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଗୁହାରିକଲେ ଗ୍ରାମବାସୀ

Spread the love

ରାଉରକେଲା, ୨୦/୧୧(ସନ୍ଧାନ ନିୟୁଜ): ଶିଳ୍ପନଗରୀ ରାଉରକେଲାର ସୋନାପର୍ବତ ଓ ସିଉଡ଼ିହି ଅଂଚଳରେ ଦୀର୍ଘବର୍ଷ ହେବ ବସବାସ କରୁଥିବା ଗ୍ରାମବାସୀ ଅନତିଦୂରରେ ଥିବା ଆଇଡ଼ିଏଲ ଏକ୍ସପ୍ଲୋସିଭ କାରଖାନାର ବ୍ଲାଷ୍ଟିଂ ସମସ୍ୟାକୁ ନେଇ କିଛି ଗ୍ରାମବାସୀ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଏନେଇ ଗ୍ରାମବାସୀ ମାନେ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଭେଟି କାରଖାନାରେ ହେଉଥିବା ବ୍ଲାଂଷ୍ଟିଂ ଯୋଗୁ ଘରର ଆଜବେଷ୍ଟସ, କାନ୍ଥ କ୍ଷତିଗ୍ରସ୍ତ ହେବା, ପାନୀୟ ଜଳ ପ୍ରଦୂଷଣରେ ଗ୍ରାମବାସୀ ପ୍ରଭାବିତ ହେଉଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ସମସ୍ତ ବିଷୟରେ ଅବଗତ ହେବା ପରେ ପ୍ରଦୂଷଣ ବିଭାଗ ଅଧିକାରୀ ଏହାର ତଦାରଖ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସିଉଡିହି ସରପଂଚ ବିନୋଦ କେର୍କେଟା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପର୍ଶୁରାମ ସିଂ, ହରି ସିଂ, ଦେବାନନ୍ଦ ସିଂ, ପାର୍ବତି ସିଂ, ଫୁଲବତୀ ଭୂମିଜ, ଦାମୀ ଓରାମ, ସୁନିଆ ଭୂମିଜ, କୌଶଲ୍ୟା ସିଂ, ରଜନୀ ଭୂମିଜ, ମିନି ସମାସୀଙ୍କ ସମେତ ଅନ୍ୟ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ ।

Related Posts

About The Author

Add Comment