ଯାଜପୁର (ସନ୍ଧାନ ନିଉଜ): ରାଜ୍ୟ ସରକାର ଗ୍ରାମଂଚଳରେ ବିଭିନ୍ନ ଗୋଷ୍ଠୀ ମାନଙ୍କ ଉନ୍ନତି, ଗୋଷ୍ଠୀ ଗଠନ ଏବଂ ଆତ୍ମନିର୍ଭରଶୀଳ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଆଇ.ଆଆରପି ମାନଙ୍କୁ ନିୟୋଜିତ କରିଥିଲେ । ଏମାନେ ବିଭିନ୍ନ ପଂଚାୟତରେ ନିଯୁକ୍ତ ପାଇ ମହିଳା ସଂୟ ସହାୟକ ଗୋଷ୍ଠୀ ଚୟନ କରିବା , ଗୋଷ୍ଠୀ ମାନଙ୍କ ସଚେତନତା କରିବା, ଆଦି ବିଭିନ୍ନ କାର୍ଯ୍ୟ କରିଆସୁଥିଲେ । ପରେ ସରକାର ଏମବିକେ ଏବଂ ସିଆରପି ନିଯୁକ୍ତ କରିଥିଲା ବେଳେ ଏମାନଙ୍କୁ କାଢ଼ି ଦେଇଛନ୍ତି । ଆଜି ଏହାର ପ୍ରତିବାଦ କରି ପୁନଃ ଓଏଲଏମ ଏବଂ ମିଶନ ଶକ୍ତିରେ ନିଯୁକ୍ତ କରିବାକୁ ଦାବି କରି ଯାଜପୁର ଜିଲ୍ଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ମଦ୍ୟରେ ବର୍ଷରେ ସମସ୍ତ ମାସରେ କାର୍ଯ୍ୟ ପ୍ରଦାନ କରିବା ଏବଂ ସ୍ୱତନ୍ତ୍ର ଅଡିଟର ପଦବୀ ସୃଷ୍ଟି କରି ସେଥିରେ ସେମାନଙ୍କୁ ନିଯୁକ୍ତ ପ୍ରଦାନ କରିବା । ଆଇସିଆରପି ମାନଙ୍କୁ କୃଷି ମିତ୍ର ପାଣ୍ରୀ ମିତ୍ର ଭାବେ ନିୁଂକ୍ତ ପ୍ରଦାନ କରିବା, ଏବଂ କମୁନିଟି କ୍ୟାଡର ମାନ୍ୟତା ପ୍ରଦାନ କରିବା ଆଦି ଦାବି ରଖିଛନ୍ତି । ସଂଘର ଜିଲ୍ଲା ସଭାପତି ପୁଷ୍ପଲତା ଜେନା, ସମ୍ପାଦିକା ଅନୁସୟା ବିଶ୍ୱାଳ, ଯୁଗ୍ମ ସମ୍ପାଦିକା ବେବି ରାଉତ, କୋଷାଧ୍ୟକ୍ଷ ସ୍ମୃତିରେଖା ଏବଂ ଉପସଭାପତି କମଳା ବେହେରାଙ୍କ ସହିତ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ସଦସ୍ୟା ମାନେ ଯୋଗଦେଇଥିଲ ।
ଆଇସିଆରପି ମାନଙ୍କୁ ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
|
August 21, 2023 |



