ଭୁବନେଶ୍ୱର, ୨୪/୦୬/୨୦୨୧ (ସନ୍ଧାନ ନିଉଜ) : ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛିନ୍ତି ଓଡ଼ିଶା ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।ତେବେ ଡକ୍ଟର ସୁଧାଂଶୁ ଷଢ଼ଙ୍ଗୀ (ଆଇପିଏସ୍ – ୧୯୯୦) ବର୍ତ୍ତମାନ CMD, OSPHWC ଅଛନ୍ତି। ସେ ଏବେ ଗୃହ ବିଭାଗ OSD ଭାବରେ ଦାୟୀତ୍ତ୍ୱ ନେବେ। ଶ୍ରୀ ଲଲିତ ଦାସ (ଆଇପିଏସ୍ – ୧୯୯୨) ବର୍ତ୍ତମାନ ଆଡିସ୍ନାଲ ଡିଜି ପୋଲିସ, ହେଡ୍ କ୍ୱାର୍ଟର୍ ଙ୍କୁ ଟ୍ରାନ୍ସଫର କରାଯାଇଛି ସେ ଏବେ ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ଭାବରେ ଦାୟୀତ୍ତ୍ୱ ଗ୍ରହଣ କରିବେ। ଶ୍ରୀ ସଞ୍ଜୀବ ପଣ୍ଡା (ଆଇପିଏସ୍ -୧୯୯୪) ବର୍ତ୍ତମାନ ପରିବହନ କମିଶନର। ତାଙ୍କୁ ଆଡିସ୍ନାଲ ଡିଜି ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ଭାବରେ ସ୍ଥାନାନ୍ତର କରାଯାଇଛି। ଏହା ସହିତ ସେ OSPHWC ର ଚାର୍ଜରେ ରହିବେ। ଶ୍ରୀ ୟଶୱନ୍ତ କୁମାର ଜେଠୱା, (ଆଇପିଏସ୍: ୧୯୯୪) ବର୍ତ୍ତମାନ ଆଡଲ୍ ଡିଜି ପୋଲିସ୍, ଲ ଏଣ୍ଡ ଅର୍ଡର। ତାଙ୍କୁ ନିର୍ଦ୍ଦେଶକ, ଭିଜିଲାନ୍ସ ଭାବରେ ଦାୟୀତ୍ତ୍ୱ ଦିଆଯାଇଛି। ଶ୍ରୀ ଆର କେ ଶର୍ମା, (ଆଇପିଏସ୍: ୧୯୯୫) ବର୍ତ୍ତମାନ ନିର୍ଦ୍ଦେଶକ, ଇଣ୍ଟେଲିଜେନ୍ସ ଙ୍କୁ ଆଡିସ୍ନାଲ ଡିଜି ପୋଲିସ୍, ଲ ଏଣ୍ଡ ଅର୍ଡର ଭାବରେ ଦାୟୀତ୍ତ୍ୱ ଦିଆଯାଇଛି। ଶ୍ରୀ ଅରୁଣ ବୋଥ୍ରା, (ଆଇପିଏସ୍: ୧୯୯୬) ବର୍ତ୍ତମାନ CMD, OSRTC ଏବଂ ସିଇଓ CRUT ସ୍ଥାନାନ୍ତରିତ ହୋଇ ପରିବହନ କମିଶନର ଭାବରେ ଦାୟୀତ୍ତ୍ୱ ନେବେ। ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, (ଆଇପିଏସ୍: ୧୯୯୭) ବର୍ତ୍ତମାନ ଆଇଜି, ହୋମଗାର୍ଡ ଏବଂ ଅଗ୍ନିଶମ ସେବା, ତାଙ୍କୁ ଆଇଜି ଭିଜିଲାନ୍ସ ଭାବରେ ନୂଆ ଦାୟୀତ୍ତ୍ୱ ଦିଆଯାଇଛି।
ଆଇପିଏସ୍ ସ୍ତରରେ ଅଦଳ ବଦଳ
|
June 24, 2021 |



