ଆଇନର ଉଲ୍ଲଂଘନ କରି ଆଦିବାସୀ ଜମିରେ ଏସେଲ ମାଇନିଂର ବେଆଇନ ଖଣି ଖନନ

Spread the love

ଯୋଡା, ୧/୬ (ସନ୍ଧାନ ନିୟୁଜ),  ଯୋଡା ଖଣି ମଣ୍ଡଳ ଅଧିନ କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ ଖଣିରେ ଆଦିବାସୀ ଜମି ଜବରଦଖଲ କରି ଖଣି ଖନନ ନେଇ ଉଚ୍ଚ ନ୍ୟାୟାଳୟରେ ଆଗତ ଏକ ଅଭିଯୋଗ ପରେ ଏହାକୁ ୨ ମାସ ମଧ୍ୟରେ ତୁରନ୍ତ ଫଇସଲା କରିବାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ଭୂବନେଶ୍ୱରସ୍ଥିତ ଏସ.ସି. ଏସ୍.ଟି କମିସନରଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହି ଖଣିଟି ୧୩୪.୭୩ ହେକ୍ଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ଥିବା ବେଳେ ଏଥି ମଧ୍ୟରେ ଯାଦବ ଚନ୍ଦ୍ର ନାଏକ ଏବଂ ଶ୍ରୀକାନ୍ତ ନାଏକ ନାମକ ଦୁଇ ଜଣ ଆଦିବାସୀଙ୍କର ଯଥାକ୍ରମେ ୪.୪୨ ଏକର ଏବଂ ୩.୬୩ ଏକର ଜମି ରହିଅଛି । ଏହାକୁ କମ୍ପାନୀ ନିଜ କବ୍ଜାରେ ରଖି ଏଥିରୁ କୋଟି କୋଟି ଟଙ୍କାର ଖଣି ଖନନ କରି ମୁନାଫା ଉଠାଇ ଆସିଥିବା ବେଳେ ପେସା ଆଇନ ୧୯୯୬ର ଖୋଲା ଖୋଲି ଉଲ୍ଲଂଘନ କରି ଏହି ଆଦିବାସୀ ଦ୍ୱୟଙ୍କୁ ପ୍ରତାରଣା କରିଆସିଛି । ପେସା ଆଇନ ଅନୁଯାୟୀ ଖଣିଜ ଉତ୍ତୋଳନ ପୂର୍ବରୁ ଗ୍ରାମସଭା ମାଧ୍ୟମରେ ଗ୍ରାମବାସୀମାନଙ୍କର ସହମତି ନେବା ସହିତ ସେମାନଙ୍କର ପାରିପାଶ୍ୱର୍ିକ ଉନ୍ନୟରେ ସହଭାଗିତା ହେବା, ସେମାନଙ୍କ ପଟ୍ଟାଭୁକ୍ତ ଜମି ବାବଦକୁ ଖଣିଜ ସମ୍ପଦର ଲାଭାଂଶ ପୈଠ କରିବାର ପ୍ରାବଧାନ ଥିବା ବେଳେ କମ୍ପାନୀ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ସେମାନଙ୍କୁ ଚଞ୍ଚକତା କରିଆସୁଛି । ବାରମ୍ବାର ଅଭିଯୋଗ ପରେ କମ୍ପାନୀ ସେମାନଙ୍କୁ ମିଥ୍ୟା ମାମଲା ଋଜୁ କରି ସେମାନଙ୍କ ସ୍ୱରକୁ ଚପାଇଦେବାକୁ ବସିଥିବା ବେଳେ ଚମ୍ପୁଆ ଜେ.ଏମ୍.ଏଫ୍.ସି. ଅଦାଲତ ସେମାନଙ୍କୁ ନିଦେ୍ର୍ଦାଶରେ ଖଲାସ କରିଥିଲେ । ତେବେ ଏହି ଆଦିବାସୀଙ୍କର ପ୍ରାପ୍ୟ ଦାବିରେ ସମାଜସେବୀ ଗୁରୁବକ୍ସ ସିଂ ଆଲୁୱାଲିଆଙ୍କ ନେତୃତ୍ୱରେ ଯାଦବ ଚନ୍ଦ୍ର ନାଏକ, ତାଙ୍କ ସାନ ଭାଇ ଶ୍ରୀକାନ୍ତ ନାଏକ ଏବଂ ସେମାନଙ୍କ ଦୁଇ ପୁଅ ଗୁରୁଚରଣ ନାଏକ ଓ ବିଜୟ କୁମାର ନାଏକଙ୍କ ପକ୍ଷରୁ ଏସ.ଟି. ଏସ.ଟି କମିଶନରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ମାନ୍ୟବର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ଏହାକୁ ବିଚାରକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ୩୦.୦୪.୨୦୧୯ରିଖ ଏସ.ଟି. ଏସ.୍ସି. କମିସନରଙ୍କୁ ୨ମାସ ମଧ୍ୟରେ ଏହାର ତୁରନ୍ତ ଫଇସଲା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଏସେଲ ମାଇନିଂର ଏହି ଖଣିିଟି ୨୦୦୫ରୁ ୨୦୦୮, ଜୁନ ୨୦୦୯ରୁ ସେପ୍ଟେମ୍ବର ୨୦୦୯, ଡିସେମ୍ବର ୨୦୦୯ରୁ ନଭେମ୍ବର ୨୦୧୦ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦କୁ ଉଲ୍ଲଂଘନ କରି ଅବୈଧ ଖଣି ଖନନ କରିଥିବା ନେଇ ଜଙ୍ଗଲ ବିଭାଗ ୩୧୦୧.୦୪ କୋଟି ଟଙ୍କା ଜୋରିମାନା ଅଟକଳ କରିଥିଲେ । ତେବେ ଶାହାକମିଶନ ଏହାକୁ ୪ ହଜାର କୋଟିକୁ ବୁଦ୍ଧି କରିଥିଲେ । ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ ସି.ଇ.ସି. କମିଟି ଅବୈଧ ଖଣି ଖନନର ତଦନ୍ତ କରି ଏହି କମ୍ପାନୀକୁ ଭତ୍ସନା କରିବା ସହ ରାଜ୍ୟ ସରକାରଙ୍କୁ ଏହି ଖଣିଟିର ଲିଜ୍ ପୁନଃ ନବୀକରଣ ନକରିବା ପାଇଁ ସୁପାରିଶ କରିଥିଲେ । ଏହି ଖଣି ମଣ୍ଡଳରେ ଏସେଲ ମାଇନିଂର ତିନୋଟି ବୃହତ ଖଣି ଥିବା ବେଳେ ଏଥିରୁ ଏସିଆ ମହାଦେଶର ସର୍ବାଧିକ ମାନାଙ୍କର ଲୌହ ପଥର ମିଳିଥାଏ । ତେବେ ଦୀର୍ଘ ବର୍ଷ ହେଲା ଏହି କମ୍ପାନୀ ଲୁହା ପଥର ରପ୍ତାନୀ କରି କୋଟି କୋଟି ଟଙ୍କା ମୁନାଫା କରୁଥିବା ବେଳେ ପାରିପାଶ୍ୱର୍ିକ ଉନ୍ନୟନ ଆଦୈନଥିବା କହଲି ଚଳେ । କମ୍ପାନୀ ଖଣିଜ ଭିତ୍ତିକ ଶିଳ୍ପଟିଏ ପ୍ରତିଷ୍ଠା କରିବାର କୌଣସି ପ୍ରସ୍ତାବ ନଥିବା ବେଳେ ପୁନଃର୍ବାର ଖଣି କାର୍ଯ୍ୟ ଆରମ୍ଭ କରିବାର ପ୍ରୟାଶ ଜାରି ରଖିଛି । ତେଣୁ ଏହି କମ୍ପାନୀଠାରୁ ତୁରନ୍ତ ଖଣି ପ୍ରତ୍ୟାହାର କରି କରିନେବା ଉଚିତ ବୋଲି ଗୁରୁବକ୍ସ ସିଂ ଆଲୁୱାଲିଆ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment