ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ, ମିଥ୍ୟା ତଥ୍ୟ ଦେଇ କରାଇଥିଲେ ପଞ୍ଜୀକରଣ

Spread the love

ସନ୍ଧାନ ନ୍ୟୁଜ,ବ୍ୟୁରୋ : ଆଇନଜୀବୀ ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କ ଓକିଲାତି ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଛି । ଲାଇସେନ୍ସ ସସ୍‌ପେଣ୍ଡ କଲା ରାଜ୍ୟ ଆଇନଜୀବୀ ପରିଷଦ । ମିଥ୍ୟା ତଥ୍ୟ ଦେଇ ପରିଷଦରେ ପଞ୍ଜୀକରଣ କରାଇଥିଲେ ଅର୍ଚ୍ଚନା । ପ୍ରେସ୍‌ ରିଲିଜ୍ ଜରିଆରେ ରାଜ୍ୟ ଆଇନଜୀବୀ ପରିଷଦ ଜଣାଇଛି । ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମୀ ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ । ପରବର୍ତ୍ତୀ ସମୟରେ ଜଣାପଡିଲା ଯେ, ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ)ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି । ତଥ୍ୟରୁ ଜଣାଯାଇଛି ଯେ, ସେ ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବ ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତି ସମସ୍ତ ବିନ୍ଦୁରେ ନାସ୍ତିସୂଚକ ସୂଚନା ଦେଇ ଏହା ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତ ତଥ୍ୟ ପ୍ରଦାନ ନକରି ମିଥ୍ୟାର ଆଶ୍ରୟ ନେଇ ଆଇନଜୀବୀ ପରିଷଦରେ ଧୂର୍ତ୍ତତା ତଥା ଭଣ୍ଡାମୀର ଆଶ୍ରୟ ନେଇ ନିଜକୁ ଆଇନଜୀବୀ ଭାବରେ ପଞ୍ଜୀକରଣ କରାଇନେଇଛନ୍ତି । ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ବିରୁଦ୍ଧାଚରଣ କରିବା ସହିତ ଆଇନଜୀବୀ ପରିଷଦ ଯାହାକି ଆଇନ ଶିକ୍ଷା ଓ ଆଇନ ପେଶାର ସର୍ବୋଚ୍ଚ ନିୟାମକ ସଂସ୍ଥା ତା ବିରୁଦ୍ଧରେ ଠକାମୀର ଆଶ୍ରୟ ନେଇଛନ୍ତି । ଏହିସବୁ ବିଷୟ ଗୁରୁତର ସହିତ ଗ୍ରହଣ କରି ବାର୍ କାଉନସିଲ୍ ଗତ ତା ୧୪.୦୯.୨୦୨୫ ରିଖରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାଯ୍ୟନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

Related Posts

About The Author

Add Comment