ଆଇଆଇସିଓ ଜଣେ ଏଏସଆଇଙ୍କୁ ନେଇ ଚାଲିଛି ଥାନା

Spread the love

ବେତନଟୀ, 04.12.2020 (ଲିଙ୍ଗରାଜ ପଣ୍ଡା)- ବେତନଟୀ ଥାନା ଏବେ ନାହିଁ ନାହିଁରେ ଚାଲିଛି  ପୁଲିସ କର୍ମଚାରୀଙ୍କ ଅଭାବ ଏହି ଥାନାରେ  ଥାନାଧୁକାରୀଙ୍କ ସମେତ ଜଣେ ଏଏସଆଇରେ ଚାଲିଛି ବେତନଟୀ ଥାନା ବେତନଟୀ ଥାନାରୁ ଆଇଆଇସି ଅଶୋକ କୁମାର ନାୟକଙ୍କ ଗତ ସେପ୍ଟେମ୍ବର ୨୬ରେ ବାଲେଶ୍ୱର ଜିଲା ବସ୍ତା ଥାନାକୁ ବଦଳି ହେବାପରେ ବେତନଟୀ ଥାନାଧୁକାରୀ ଭାବେ ତିଳୋତ୍ତମ ରାଉତ ଯୋଗଦାନ କରିଥିଲେ । ଶ୍ରୀମତୀ ରାଉତ ଯୋଗଦାନ କରିବାର କିଛିଦିନ ପରେ ମହାମାରୀ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ଜଣାଯାଇଛି । ବେତନଟୀ ଥାନା ଏସଆଇ ବିନୟ ରଞ୍ଜନ ପରିଡାଙ୍କ ବାରିପଦା  ବଦଳି ହୋଇଥିବା ଯୋଗୁ ସେ ଗୁରୁବାର ବେତନଟୀଥାନାରୁ ୧  ହିଁ ରିଲିଫ ହୋଇଯାଇଛନ୍ତି । ଫଳରେ ବେତନଟୀଥାନାରେ ଜଣେ  ଏଏସଆଇଙ୍କୁ ନେଇ ଥାନା ଚାଲିଛି । ବେତନଟୀଥାନାରେ ଜଣେ ଥାନାକାରୀଙ୍କ ସମେତ ଜଣେ ଏସଆଇ ଓ ୬ଜଣ ଏଏସଆଇ ରହିବାର ଥିବାବେଳେ ୫ଟିଏଏସଆଇ ପଦ ଖାଲିପଡ଼ିଛି । ବେତନଟୀଥାନା ୧୮ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଥିବାରୁ ଏହା ଏକ ଗୁରୁତ୍ୱପୁର୍ଣ୍ଣ ଥାନା ଅଟେ । ଅଦ୍ୟାବଧୂ ୨୭୦ରୁ ଉଦ୍ଧ ମାମଲା ରୁଜୁ ହୋଇଥିବା ବେଳେ ବର୍ଷ ପୁରିବାକୁ ୨୭ ଦିନ ବାକି ରହିଛି । ହି ସବୁ ଦୃଷ୍ଟିରୁ ବେତନଟୀଥାନା ନିମନ୍ତେ ଜଣେ ଏସିଆଇ ଓ ୫ଜଣ ଏଏସଆଇଙ୍କୁ ତୁରନ୍ତ ନିଯୁକ୍ତି ଦେଇ ଏହାର   ଆବଶ୍ୟକତା ପୁରଣ କରିବା ନିମନ୍ତେ ସାଧାରଣରେ ଦାବିବ ହେଉଛି  ଏଥୁ ନିମନ୍ତେ ଜିଲା ପୁଲିସ ଆରକ୍ଷୀ ଅଧ୍ୟକ୍ଷକ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହେଉଛି ।

Related Posts

About The Author

Add Comment