ଯାଜପୁର, ତା ୨୩ା୧୨ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ (ପି.ଆଇ.ବି.) ଆନୁକୂଲ୍ୟରେ ଏକ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲାପାଳ ଚଳ୍ରୱର୍ତୀ ସିଂହ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ପି.ଆଇ.ବି. ସରକାର ଓ ଗଣମାଧ୍ୟମ ମଧ୍ୟରେ ଏକ ଯୋଗସୂତ୍ର ରକ୍ଷାକାରୀ ଭାବେ କାର୍ଯ୍ୟ କରିଥାଏ । ସୂଚନା ଯେ ପର୍ଯ୍ୟନ୍ତ ଗଣମାଧ୍ୟମରେ ପ୍ରକାଶ ନ ପାଇଚ୍ଥି ସେ ପର୍ଯ୍ୟନ୍ତ ଜନସାଧାରଣ ତାକୁ ଗ୍ରହଣ କରି ପାରନ୍ତି ନାହିଁ । ଗଣମାଧ୍ୟମ ସୂଚନାର ସବୁଠୁ ବଡ ଭରସାଯୋଗ୍ୟ ଉତ୍ସ । ଗଣମାଧ୍ୟମ ବ୍ୟକ୍ତିବିଶେଷକୁ ବଳିଷ୍ଠ କରିବାର ଆବଶ୍ୟକତା ରହିଚ୍ଥି । ଏଣୁ ସମସ୍ତ ଗଣମାଧ୍ୟମ ଆକ୍ରିଡେସନ ବ୍ୟବସ୍ଥାରେ ସାମିଲ ହେବା ସହ ଆବେଦନ କରିବାକୁ ନିବେଦନ କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡଃ ଗିରିଶ କୁମାର ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ, “ବାର୍ତାଳାପ” କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ ଅଭିନବ ପରିକଳ୍ପନା । ପି.ଆଇ.ବି. ର ବଳିଷ୍ଠ ମାଧ୍ୟମ ହେଉଚ୍ଥି ଗଣମାଧ୍ୟମ, ଯାହା ନିରନ୍ତର ଭାବେ ଗଣତନ୍ତ୍ରକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ମାତ୍ର ସୂଚନା କଳାତ୍ମକ ଭାବେ ପରିବେଷଣ ହେବା ଦରକାର । ଏଣୁ ସୂଚନା ଓ ସଚେତନତାକୁ ଯୋଡି ବାର୍ତାଳାପ ମାଧ୍ୟମରେଗଣତନ୍ତ୍ରକୁ ମଜବୁତ କରିବାକୁ ପି.ଆଇ.ବି. ର ଏହା ପ୍ରୟାସ । ଖବରରେ ସୂଚନା ସହିତ ସଚେତନତା ରହିଲେ ଏହା ସାମଗ୍ରୀକ ଭାବେ ଜନ କଲ୍ୟାଣକାରୀ ହୋଇପାରିବ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପି.ଆଇ.ବି. ର ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ କହିଲେ ଯେ, ଗଣମାଧ୍ୟମ ପାଇଁ ସରକାରୀ କାର୍ଯ୍ୟକ୍ରମ ବ୍ୟବସ୍ଥିତ ହୋଇପାରୁଚ୍ଥି । ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ରୂପରେଖ ଗଣମାଧ୍ୟମ ପାଖରେ ପହଂଚିବା ଜରୁରୀ । ଉକ୍ତ କାର୍ଯ୍ୟକ୍ରମର ଜଣେ ନୋଡାଲ ଅଧିକାରୀ ଭାବେ ମନରେଗା ଯୋଜନାର ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ନୋଡାଲ ଅଧିକାରୀ ଭାବେ ଲିଡ୍ ବ୍ୟାଙ୍କ ସମୁହର ପ୍ରବନ୍ଧକ ମନୋଜ କୁମାର ପ୍ରଧାନୀ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ମିଳୁଥିବା ସୁବିଧା ଓ ସ୍କିମ୍ ଉପରେ ଟିପ୍ପଣୀ ରଖିବା ସହ ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ବିଷୟରେ ମତ ରଖିଥିଲେ । ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ ସାମ୍ୱାଦିକ ମାନଙ୍କ ସମସ୍ୟା, ସେମାନଙ୍କ ସୁରକ୍ଷା ଓ ଆକ୍ରିଡେସନ ବିଷୟରେ ପି.ଆଇ.ବି. ର ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାରେ ପି.ଆଇ.ବି. ର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଜିର ଗଣମାଧ୍ୟମ ବ୍ୟବସାୟୀକରଣରୁ ନିବୃତ ରହି ସତ୍ୟ ଖବର ପ୍ରସାରଣରେ ଅଙ୍ଗିକାରବଦ୍ଧ ହେବା ଉଚିତ । ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ପ୍ରଚଳିତ ବିଭିନ୍ନ ଯୋଜନାର ତଥ୍ୟ ଉପସ୍ଥାପନ କରିବା ସହ ପତ୍ର ସୂଚନା କାର୍ଯ୍ୟାଳୟ ସହିତ ଗଣମାଧ୍ୟମ ନିରନ୍ତର ଯୋଡି ହୋଇ ରହିବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ପତ୍ର ସୂଚନା କାର୍ଯ୍ୟାଳୟର ରାଜ୍ୟ ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୈାଧୁରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି କର୍ମଶାଳାର ଆଭିମୁଖ୍ୟ ଓ ପି.ଆଇ.ବି. ର କାର୍ଯ୍ୟଧାରା ଊପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳା ଶେଷରେ ଜିଲ୍ଲାର ସାମ୍ୱିଦିକ ମାନଙ୍କ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟାଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପି.ଆଇ.ବି., ଭୁବନେଶ୍ୱର ର ସମସ୍ତ କର୍ମକର୍ତାଙ୍କ ସମେତ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଆଂଚଳିକ ଗଣମାଧ୍ୟମ କର୍ମଶାଳା “ବାର୍ତାଳାପ” ଅନୁଷ୍ଠିତ
|
December 23, 2022 |
![](https://sandhannews.com/wp-content/uploads/2022/12/Photo-23.12.jpg)