କୋରାପୁଟ, ୦୧/୦୪/୨୦୨୨ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, କୋରାପୁଟ ଜିଲ୍ଲା ଆନୂକୂଲ୍ୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ ଅବସର ରେ ଆଜି ଏହି ମତ ପ୍ରକାଶ ପାଇଛି । ଏଥିରେ ମୁଖ୍ୟ ଅତିଥି ଋପେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀନାଥ ମିଶ୍ର ଯୋଗଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ଭାବେ ନିଜର ମତ ରଖିଥିଲେ ଗବେଷକ କିରଣ ପ୍ରକାଶ ପଣ୍ତା । ଆଭାସୀ ମାଧ୍ୟମରେ ଗୁଗଲ୍ ମିଟ୍ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଜ୍ଞାନପିପାସୁଗଣ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରେଇଥିଲେ । ସଭାଧ୍ୟକ୍ଷା ଋପେ ପ୍ରାଧ୍ୟାପିକା ଝାନ୍ ସୀ ସିଂହ ଯୋଗ ଦେଇଥିବା ସ୍ଥଳେ ସଭା ପରିଚାଳନା କରିଥିଲେ ଅନୁଷ୍ଠାନର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଅରୁଣ କୁମାର ତ୍ରିପାଠୀ । କାର୍ଯ୍ୟକ୍ରମ ରେ ବିବେକବାଣୀ ରୋଜାଲିନ୍ ମହାପାତ୍ର, ଲିପ୍ସା ମନସ୍ୱିନି ବାରିକ ବନ୍ଦେ ଉତ୍କଳ ଜନନୀ, ତଥା ଦିବ୍ୟାଶ୍ରୀ କର ଶାନ୍ତିପାଠ ପରିବେଷଣ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ କାହ୍ନୁ ବରାଡ ।ସୂଚନା ଯୋଗ୍ୟ ଯେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଦ୍ୱାରା ମାସିକ ତିରିଶ ଦିବରେ ତିରିଷି ଜିଲ୍ଲାରେ ଅଭାସୀ କାର୍ଯ୍ୟକ୍ରମ ପ୍ରତିଦିନ ସଂଧ୍ୟା ୭-୮ ମଧ୍ୟରେ ଅନୁଷ୍ଠିତ ହେଉଅଛି ।
ଅସ୍ମିତା ଓ ସ୍ୱାଭିମାନ ସହ ମମତ୍ତ୍ୱ ଆଣିବା ଉତ୍କଳ ଦିବସର ଧ୍ୟେୟ ହଉ
|
April 1, 2022 |
