ବୈପାରିଗୁଡା୪/୬ (ସନ୍ଧାନ ନିୟୁଜ) – ଦିନ ସାରା ଅସହ୍ୟ ଗରମ ପାଇଁ ହନ୍ତସନ୍ତ ଜନ ଜୀବନ । ଏ ପଟେ ସନ୍ଧ୍ୟା ରେ ଭୟ ଦେଖାଉଛି କାଳ ବୈଶାଖି। ଲଗାତାର ୧୦ରୁ ଉର୍ଦ୍ଧ୍ବ ଦିନ ହେବ କାଳ ବୈଶାଖୀ ପ୍ରଭାବ ରେ ଭୟଭୀତ ହୋଇ ରହିଛନ୍ତି ବୈପାରିଗୁଡା ଅଞ୍ଚଳ ବାସି । ଅତ୍ୟଧିକ ପବନ ସାଙ୍ଗକୁ ମାଡ଼ି ଆସୁଛି ବର୍ଷା। ଉଡି ଯାଉଛି ଚାଳ ଛପର କୁଡିଆ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ ।କିଛି ଦିନ ତଳେ ବୈପାରିଗୁଡା ବ୍ଳକ ଅନ୍ତର୍ଗତ ରାମଗିରି, ଚିପାକୁର, ବାଲିଗାଁ, ମାଝୀଗୁଡା ପଞ୍ଚାୟତ ରେ କାଳବୈଶାଖୀ ର ତାଣ୍ଡବରେ ବହୁତ ଘର ଦ୍ୱାରା ଭାଙ୍ଗିବା ସହିତ ଛପର ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ବଡ଼ ବଡ଼ ଗଛ ପଡି ଯାଇଥିବା ହେତୁ ଗ୍ରାମାଞ୍ଚଳ ମାନଙ୍କରେ ଯାନବାହାନ ଚଳାଚଳ ବାଧପ୍ରାପ୍ତ ହୋଇଥିଲା ।
ବର୍ଷା ର ଆରମ୍ଭ ଦେଖି ଚାଷୀକୁଳ ଖୁସି ହେଉଥିବା ବେଳେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି କାଳ ବୈଶାଖୀ ।ଏଇଟା ପ୍ରାକ୍ ମୌସୁମୀ ର ସୂଚନା ବୋଲି ମତ ଦେଉଛନ୍ତି ବୁଦ୍ଧିଜୀବୀ ମାନେ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।