ଅସହାୟ ଭାବରେ ପଡିରହିଛନ୍ତି ଭିନ୍ନକ୍ଷମ ବାପ ପୁଅ

Spread the love

ଦ୍ବାରଶୁଣି, ୦୧.୦୨.୨୦୨୧(ସନ୍ଧାନ ନିଉଜ୍):- ଅସହାୟ ଭାବରେ ପଡିରହିଛନ୍ତି ବାପ ପୁଅ । ବାପ ପରିଣତ ବୟସରେ ଉପନୀତ ହୋଇ ସାରିଥିବା ବେଳେ ପୁଅ ଭିନ୍ନକ୍ଷମ । ଉଭୟ ପରିଶ୍ରମ କରିବାକୁ ଅକ୍ଷମ । ପେଟପୁରୁକି ନ ପୁରୁ ଗୋଟିଏ ଓଳି ରୋଷେଇରେ ବିତିଯାଏ ଦିନ । ମୁଣ୍ଡ ଗୁଜିବାକୁ ଚାଳଛପର ଅଛି ହେଲେ ଧାରଧାର ହୋଇ ବହି ଯାଏ ବର୍ଷା ପାଣି । ହାଡ଼ଭଙ୍ଗାଶୀତ ଓ ଗ୍ରୀଷ୍ମର ତାଣ୍ଡବରେ ଅତିଶୟ ହୋଇପଡେ ଯନ୍ତ୍ରଣା । ନିଜ ଲୁହ ନିଜେ ପିଇ ବଂଚିରହିବା ଛଡା ଅନ୍ୟ ଉପାୟ କିଛି ନାହିଁ । ଏମିତି ଏକ ଦୁଃଖଦ ଚିତ୍ର ଦେଖିକୁ ମିଳିଛି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମଫଚାୟତର ରାଣ୍ଡସାହି ଗ୍ରାମରେ। ବହୁ ଦୟନୀୟ ଅବସ୍ଥାରେ ଜିଉଁଛନ୍ତି ବୃଦ୍ଧ ବାପା ପରମେଶ୍ୱର ନାଏକ (୭୭) ଓ ଭିନ୍ନକ୍ଷମ ପୁଅ ଯୋଗେଶ୍ୱର ନାଏକ (୪୯) । ପରମେଶ୍ୱରଙ୍କ ସ୍ତ୍ରୀ ବହୁ ପୂର୍ବରୁ ସେପାରୀକୁ ଚାଲିଯାଇଥିବା ବେଳେ ଯୋଗେଶ୍ୱର ଅବିବାହିତ । ପରିବାର ମିଳି କହିଲେ କେବଳ ୨ ଜଣ । ଫଳରେ ପଡ଼ି‌ଉଭୟ ଉଭୟଙ୍କ ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ । ଚଳିବା ପାଇଁ ସରକାରଙ୍କ  ତରଫରୁ ଉଭୟ ଭତା ପାଉଥିବା ଟା ବେଳେ ଚାଉଳ ମଧ୍ୟ ମିଳୁଛି । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡ ମିଳି ନଥିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛନ୍ତି । ଗୋଟେ ଚାଳ ଘର ଅଛି ଯେ, କେତେବେଳେ ତାର ମାଟି କାନ୍ଥ ଗୋଲି ପଡିବ ତାହା କହି ହେବ ନାହିଁ । ଟାଇଲ ଲଗା ପୁରୁଣା ଇନ୍ଦିରା ଆବାଶ ଖଣ୍ଡ ପମେଶ୍ଵର ବାପାଙ୍କ ନାମରେ ଅଛି ଯେ ସେ ମଧ୍ୟ ଦୋହଲୁଛି । ବର୍ଷା ହେଲେ ଝର ଝର ହୋଇ ବୋହିଯାଏ ପାଣି । ଶୋଇଲେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଦିଏ । ଗୋଟିଏ ଘରେ ଉଭୟ ବାପ ପୁଅ ଓ ଛେଳି ଶୋଇଥାନ୍ତି । କେତେବେଳେ କି  ଦୁର୍ଘଟଣା ଘଟିବ ଚିନ୍ତାକରି ବର୍ଷା ପବନ ସମୟରେ ବାରମ୍ବାର ଦେଖବାକୁ ଆସନ୍ତି ସାହି ପଢିସା । ଅନ୍ତନ୍ତ କଷ୍ଟରେ ଉକ୍ତଘରେ ରହୁଥିବା ବେଳେ ନୂଆ ଘର ଖଣ୍ଡେ ପାଇଁ ସ୍ଥାନୀୟ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ବ୍ଲକ ପିଣ୍ଡା ଦୌଡି ଦୌଡ଼ି ନୟାନ୍ତ ହୋଇ ଯାଉଥିବା କୁହନ୍ତି ଯୋଗେଶ୍ୱର । ତଦନ୍ତ କରି ଘର ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନ ତାଙ୍କୁ ପ୍ରତିସୃତି ଦେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପାଣିର ଗାର ହୋଇ ପଡିଛି । ଅନ୍ୟପକ୍ଷେ ସ୍ଥାନୀୟ ସରଫଚ ଚିତରଂଜନ ନାଏକ କୁହନ୍ତି । ଏ ଘଟଣା ସଂପର୍କରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ । ମତେ କେହି ସୂଚନା ମଧ୍ୟ ଦେଇ ନାହାଁନ୍ତି । ମୁଁ ନିଚ୍ଚିନ୍ତ ଭାବେ ଏହାକୁ ଗମ୍ଭୀର ସହ ନେଇ ସେମାନଙ୍କ କଷ୍ଟ ଦୂର ପାଇଁ ଚେଷ୍ଟା କରିବି । ତେବେ ଉଭୟ ବାପ ପୁଅଙ୍କ କଷ୍ଟ ବେବେ ଦୂର ହେବ । କେବେ ସେମାନେ ସରକାରୀ ଯୋଜନାରେ ଘର ଖଣ୍ଡ ପାଇବ ସମୟ କହିବ କିନ୍ତୁ ସରକାରୀ ଆବାସ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯେପରି ଯାରି ରଖୁଛନ୍ତି । ସେମାନଙ୍କ ପାଇଁ ନିଶ୍ଚିନ୍ତ ଭାବେ ଏହା ଏକ ଲଜ୍ଜାକର ସ୍ଥିତି ସୃଷ୍ଟି କରିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment