ଯାଜପୁର, ୨୭/୦୬/୨୦ (ସନ୍ଧାନ ନିଉଜ) – ନରସିହଂପୁର ଗ୍ରାମ ପଂଚାୟତର ଗ୍ରାମର ଜୈନେକ ବୃଦ୍ଧାଙ୍କୁ ନୂଆ ଆଲୋକ ଅନୁଷ୍ଠାନ ତରଫରୁ ଥଇଥାନ କରା୍ୟାଇଛି । ଲକଡାଉନ ସମୟରେ ଉକ୍ତ ନିଆଶ୍ରୀ ବୃଦ୍ଧାଙ୍କୁ ଅନୁଷ୍ଠାନ ତରଫରୁ ଆବଶ୍ୟକ ଅନୁସାରେ ଖାଦ୍ୟପେୟ ପ୍ରଦାନ କରାଯାଉଥିଲା । ତେବେ ଏଠାରେ ପ୍ରକାଶ କରାଯାଇ ପାରେ କି କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ଗୈାରୀଶ୍ୟାମ ପାଟଣା ର କ୍ଷୀର ସାହୁ ,
ସ୍ୱା- ୰ନାରାୟଣ ସାହୁ, ଉକ୍ତ ବୃଦ୍ଧା ଜଣେ ଅସହାୟ ମହିଳା ହୋଇଥିବାରୁ , ତାର ବାର୍ଦ୍ଧକ୍ୟରେ କେହି ସହାୟ ହେବାକୁ ନାହାଁନ୍ତି । ତେଣୁ ସେ ପୂର୍ଣ୍ଣ ଅସହାୟ ଅବସ୍ଥାରେ ପଡି ରହିବା ସହିତ ସବୁ ସମୟରେ ଖାଇବାକୁ ମଧ୍ୟ ପାଉ ନଥିଲା । ସ୍ଥାନୀୟ ସରପଂଚଙ୍କ ଅନୁରୋଧ କ୍ରମେ ଆଜି ନୂଆ ଅଲୋକ ର ସଦସ୍ୟ ସଦସ୍ୟାମାନେ ଉକ୍ତ ବୃଦ୍ଧାଙ୍କୁ ନେଇ ଛତିଆ ସ୍ଥିତ ସେବକ ଆଶ୍ରମରେ ଅବସ୍ଥାପିତ କରିବା ସହିତ ତାଙ୍କର ସମସ୍ତ ସୁବିଧା ଓ ଚିକିସôା ପାଇଁ ଯନôନେଇଛନ୍ତି । ତେବେ ଛତିଆ ସ୍ଥିତ ସେବକ ଆଶ୍ରମର ଏତାଦୃଶ ସହଯୋଗ ପାଇଁ ନୂଆ ଆଲୋକ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଯାଇଛି ।
ଅସହାୟ ବୃଦ୍ଧାଙ୍କୁ ନୂଆ ଆଲୋକ ଦ୍ୱାରା ଥଇଥାନ
|
June 28, 2020 |



