ଅସହାୟଙ୍କ ଶବ ସତ୍କାର କଲା ସ୍ବାଭିମାନ

Spread the love

ସନ୍ଧାନ ନ୍ୟୁଜ ବ୍ୟୁରୋ ସମ୍ବଲପୁର: ଅସହାୟଙ୍କ ଶବ ସତ୍କାର କରିଛି ସମ୍ବଲପୁର ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବାଭିମାନ। ଯୁବ ସମାଜସେବୀ ଶିଶିର ବହିଦାରଙ୍କ ନେତୃତ୍ବରେ ଆଜି ବୁର୍ଲ। ଭିମସାର୍ରୁ ଶବକୁ ଆଣି ସମ୍ବଲପୁର ଦୁର୍ଗ।ପାଲି ସ୍ଥିତ ରାଜଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ଏଥିରେ ସମାଜସେବୀ ସତ୍ୟବାନ ବାଗ୍, ରାଜେନ୍ଦ୍ର ଦାସ, ସଞ୍ଜୀବ କଂସାରୀ, ବିକି ଗଣ୍ଡ, ଉପେନ୍ଦ୍ର ରାଉତ, ଗୁଣନିଧି ରାଉତ, କୁନ୍ଦନ ପ୍ରଧାନ, ଦେବନ୍ତ ବେହେରା, ସମୀର ହୋତା,ମୁକେଶ ଜେରିୱାଲ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଅନୁସାରେ, ଦେବଗ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗାଁର ଭୁବନେଶ୍ବର ସ୍ବାଇଁ(୫୫) ଗତ କିଛି ତଳେ ଏକ ଅଜଣା ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ସମ୍ପର୍କୀୟ କେହି ଦେଖିବାକୁ ଆସିନଥିଲେ। ଗତ ଶନିବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଥିଲା। ଏନେଇ ପୁଲିସ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ମଧ୍ୟ ଦିଆଯାଇଥିଲା। କିନ୍ତୁ ତାଙ୍କ ମରଶରୀର ନେବା ପାଇଁ କେହି ଆସିନଥିଲେ।୩ ଦିନ ଧରି ବୁର୍ଲ। ଭିମସାର୍ ଶବାଗାରରେ ତାଙ୍କ ମୃତଦେହ ରହିଥିଲା। ଆଜି ବୁର୍ଲା ପୋଲିସ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟା ସରିବା ପରେ ସ୍ବାଭିମାନ, ସମ୍ବଲପୁର କୁ ଶବ ସତ୍କାର ପାଇଁ ହସ୍ତାନ୍ତର କରାଯିବା ପରେ ସ୍ୱାଭିମାନ ପରିବାର ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରି ନିଜର ମହାନତା ଦେଖାଇଛନ୍ତି।

Related Posts

About The Author

Add Comment