ଅସଳାଏ ବର୍ଷାରେ ଯାଜପୁର ରୁ ଢେଙ୍କାନାଳ ଜିଲ୍ଲା ବିଚ୍ଛିନ୍ନ: ରାସ୍ତା ହେଉନି ମରାମତି

Spread the love
ଢେ଼ଙ୍କାନାଳ, ୧୬/୦୮ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଠାରୁ ଦଶମାଣ ପାଟଣା ଦେଇ ଯାଇଥିବା ଯାଜପୁର ଜିଲ୍ଲାକୁ ରାସ୍ତା ଉପରେ କେତେଯେ ପଞ୍ଚାୟତ  ଲୋକେ ନିର୍ଭର କରନ୍ତି  ତାହାର ହିସାବ ନାହିଁ ହେଲେ ୧୫ ବର୍ଷ ତଳେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(PMGSY)ରେ ତିଆରି ହୋଇଥିବା ଏହି ରାସ୍ତାଟିର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି ।ରାସ୍ତାର ଅନେକ ସ୍ଥାନରେ କଂକ୍ରିଟ ଧସି ଯାଇ ଥିବା ବେଳେ ଆଉ କିଛି ସ୍ଥାନରେ ମେଟାଲ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ।ଫଳରେ ରାସ୍ତାଟି ଆଉ ଯାତାୟାତ ଉପଯୋଗୀ ହୋଇ ରହିନାହିଁ ।ରାସ୍ତା ମରାମତି ଓ ପୁନଃ ନିର୍ମାଣ କାର୍ଯ୍ୟ କରିବାକୁ ବାରମ୍ବାର ଦାବୀ କରାଯାଇ ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା ସ୍ତାନୀୟ ଲୋକେ ଅଭଯୋଗ କରିଛନ୍ତି ।ଏହି ରାସ୍ତାଟି ପିଙ୍ଗୁଆ ଠାରୁ ଦଶମାଣ ପାଟଣା ଭାୟା ମଂଜୁରିପଡା  ପର୍ଯ୍ୟନ୍ତ ଲମ୍ବିଛି ।ଏହାର ଲମ୍ବ ୫ କିଲୋମିଟର ।୦୨/୦୬/୨୦୦୫ ମସିହାରେ ଏହି ରାସ୍ତାଟିର କାର୍ଯ୍ୟ ଆରମ୍ଭ ହୋଇଥିଲା ଖର୍ଚ୍ଚ ଅଟକଳ ୧୫୫.୭୫ ଲକ୍ଷ ଟଙ୍କା ରଖାଯାଇଥିଲା ।କିନ୍ତୁ ନେଇଥିବା ସମ୍ପୃକ୍ତ କଣ୍ଟ୍ରାକ୍ଟର ଙ୍କ ମନମୁଖୀ କାର୍ଯ୍ୟ କରିବା ଦ୍ୱାରା ୧୨୭.୦୨ ଲକ୍ଷ ଖର୍ଚ୍ଚ କରାଯାଇଥିବା ବିଲ ପଇଠ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ଦେଖାଇବା ର କିଛିଦିନ ପରେ ରାସ୍ତା ଟି ର ଅବସ୍ଥା ଶୋଚନୀୟ ହୋଇଯାଇଛି ।ଯାହା ଦ୍ୱାରା ବର୍ଷାଦିନେ ପାଣି ଜମି ଥିବାରୁ ଯାତାୟତ କରିବା କଷ୍ଟକର ହୋଇ ପଡିଛି ।ଏହି ରାସ୍ତା ଟି ଢେଙ୍କାନାଳ ରୁ ଯାଜପୁର ଜିଲ୍ଲାକୁ ମୁଖ୍ୟ ରାସ୍ତା ହୋଇଥିବାବେଳେ  ହଜାର ହଜାର ଗାଡ଼ି ମଟର ଓ ଲକ୍ଷ ଲକ୍ଷ ଲୋକମାନେ ଏହି ରାସ୍ତା ଟିକୁ ଢେ଼ଙ୍କାନାଳ ଜିଲ୍ଲାକୁ ଯିବାକୁ ନିର୍ଭର କରନ୍ତି ତେବେ ଦୁଇଟି ମହାବିଦ୍ୟାଳୟ କୁ ମଧ୍ୟ ଯିବାଆସିବାକୁ  ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରନ୍ତି ।ତେବେ ରାସ୍ତାଟି ଖରାପ ହୋଇଯାଇ ଥିବାରୁ ବେଳେ ବେଳେ ଭଙ୍ଗା ରାସ୍ତାରେ ପଡିଯାଇ ଛାତ୍ର ଛାତ୍ରୀ ମାନେ ଖଣ୍ଡିଆ ଖାବରା ବି ହେଉଛନ୍ତି ।ମରାମତି ପାଇଁ ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନ ଓ ବିଧାୟକ ଙ୍କ ଦ୍ୱାରସ୍ଥ ହେଲେବି କୌଣସି ସୁଫଳ ମିଳି ପାରିନାହିଁ ।ସ୍ଥାନୀୟ ବାସିନ୍ଦା ଏବଂ ସମାଜସେବୀ ସୁବର୍ଣ୍ଣ ଚାନ୍ଦ କହିଛନ୍ତି “ଏହି ରାସ୍ତା ଉପରେ ୪ ପଂଚାୟତ ଏବଂ ପଡୋଶୀ ଯାଜପୁର ଜିଲ୍ଲା ସୀମାନ୍ତ ବାସିନ୍ଦା ମାନଙ୍କର ଜୀବନଧାରା ହେଲେ ବି ଏବେ ମରଣଯନ୍ତା ପାଲଟିଛି ।ନିର୍ବାଚନ ସମୟରେ ରାସ୍ତା ହେବ ବୋଲି ସମସ୍ତେ ପ୍ରତିଶୃତି ଦେଉଛନ୍ତି ହେଲେ କାହାର ଆଖିରେ ଲୁହ ନାହିଁ ସଦୃଶ ରାସ୍ତା କାମ କରୁ ନାହାଁନ୍ତି ।କାହାର ଦେହ ଖରାପ ହେଲେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଟିଏ ବି ଯାଇ ପାରୁନାହିଁ । ଏଣୁ ଏହି ସମସ୍ୟା ପ୍ରତି ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ରାସ୍ତାଟିର ପୁନଃ ନିର୍ମାଣ କରାଗଲେ ସ୍ଥାନୀୟ ବାସିନ୍ଦା ଉପକୃତ ହୋଇପାରିବେ ବୋଲି ଦୃଢ଼ ଦାବୀ କରାଯାଇଛି ।

Related Posts

About The Author

Add Comment