ତିହିଡି, ୨୯/୦୯/୨୦(ସନ୍ଧାନ ନ୍ୟୁଜ୍) : ତିହିଡି ବ୍ଲକ ଶ୍ୟାମସୁନ୍ଦର ପୁର ରେ କିଛି ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ। ଆଜି ବି ଅସରାଏ ବର୍ଷା ରେ ଲୋକ ଙ୍କ ଯାତାୟାତ ରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ଗ୍ରାମ ତଳଦୂମୁକା ଖଟୁଆ ସାହି। ଗ୍ରାମ ରେ ପ୍ରାୟ ୫୦ ରୁ ୬୦ ଘର ସହ ୨୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି ଏହି ଗ୍ରାମରେ। ବର୍ଷା ଦିନ ହେଲେ ଗାଡ଼ି ମଟର ଚାଲିବା ତ ଦୂରର କଥା ପାଦରେ ଚାଲିବା ବି ଅସମ୍ଭବ ହୋଇ ପଡ଼ୁଛି। ବର୍ଷା ଦିନ ରେ ଏହି ଲୋକ ମାନଙ୍କର ଚପଲ, ଜୋତା କୁ ବି ଅଦରକାରୀ ଭାବି ଥାନ୍ତି। ଏହି ଗ୍ରାମ କୁ ସବୁ ଦିନିଆ ସଂଯୋଗ ପାଇଁ ଗ୍ରାମ ବାସୀ କଂକ୍ରିଟ ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ପ୍ରଶାସନିକ ଅବହେଳା ବା କୌଣସି ଗୋଷ୍ଠୀ ବିବାଦ ଯୋଗୁ ଏହା ହୋଇ ନ ପାରୁ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ରାସ୍ତାରେ ପ୍ରାୟ ୨୦୦ ସହ ରୁ ଅଧିକ ଗ୍ରାମ ବାସି ଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବିଦ୍ୟାଳୟ କୁ ଯାତାୟାତ କରିଥାନ୍ତି। ତେବେ ଏହି ରାସ୍ତାରେ କିଛି ଅଂଶରେ ପୂର୍ବରୁ ମୋରମ୍ ପଡ଼ିଥିଲେ ମଧ୍ୟ ସେହି ମୋରମ୍ ର ଏବେ କୌଣସି ଚିହ୍ନବର୍ଣ୍ଣ ବାରି ହେଉନି। ଏଠାରେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ବର୍ଷା ଦିନରେ କୌଣସି ରୋଗୀ ଙ୍କୁ ଆମ୍ବୁଲାନ୍ସ ସେବା ଅସମ୍ଭବ ହୋଇ ପଡ଼ୁଛି। ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ କିଛି ଖଳପ୍ରକୃତି ର ଲୋକ ଏହି ରାସ୍ତାର ପୂର୍ଣ୍ଣ ଉଦ୍ଧାର ପାଇଁ ବାଧା ସୃଷ୍ଟି କରି ଆସୁଛନ୍ତି। ଗ୍ରାମବାସୀ ବାରମ୍ବାର ଜନ ପ୍ରତିନିଧି ଓ ବ୍ଲକ୍ ରେ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।
ଅସରାଏ ବର୍ଷା ରେ ରାସ୍ତା ର ଅବସ୍ଥା ଶୋଚନୀୟ
|
September 29, 2020 |