ଅଷ୍ଟପହରି ଚାନ୍ଦାକୁ କେନ୍ଦ୍ରକରି ଗଣ୍ଡଗୋଳ : ଘର ସହ ଗାଡ଼ି ପୋଡିଦେଲେ ଦୁର୍ବୁତ୍ତ ଥାନାରେ ଏତଲା ,

Spread the love
ଜେନାପୁର/୦୪/୦୪ସନ୍ଧାନନିଉଜ୍/(ପ୍ରଶାନ୍ତ ସାମଲ) ଅସ୍ଟପ୍ରହରୀ ଚାନ୍ଦାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ଦଳିତ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାର ଅନୁସନ୍ଧାନରୁ ଜଣାଯାଏ ଯେ ଉକ୍ତ ଦଳିତ ସାହିରେ ହୋଇଥିବା ଅଷ୍ଟ ପହରି ଉତ୍ସବରେ ସେହି ଗ୍ରାମର ତପନ ମଳିକ ପିତା କୀର୍ତ୍ତନ ମଳିକ କୌଣସି କାରଣରୁ ଚାନ୍ଦା ଦେଇପାରିନଥିଲେ ।  ତାପରେ ତପନଙ୍କ ଏକ ଏକୋଉଶିଆ କାର୍ଯ୍ୟକ୍ରମକୁ ଗ୍ରାମର କୀର୍ତ୍ତନ
ମଣ୍ଡଳୀ ପିଲାଙ୍କୁ ତପନ ନିମନ୍ତ୍ରଣ କରିଥିବା ବେଳେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇନଥିଲେ । ଏହି କାରଣରୁ ତପନ ଗ୍ରାମର କୋଠାଘର ଚାବି ଭାଙ୍ଗି ଖୋଳ, ଗିନୀ, ଇତ୍ୟାଦି କୀର୍ତ୍ତନ ସାମଗ୍ରୀ ନେଇଯାଇଥିଲେ । ଏହାକୁ ଭିତି କରି ଗ୍ରାମବାସୀଙ୍କ ପକ୍ଷରୁ ଜେନାପୁର ଥାନାରେ ଏକ ଅଭିଯୋଗ କରାଯାଇଛି । ଏହାକୁ ଦେଖି ଗ୍ରାମବାସୀ ବିରୋଧ କରିବାରୁ ତପନ ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ବୋଲି ଗ୍ରାମବାସୀ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।  ଅନ୍ୟ ପକ୍ଷରେ ଉକ୍ତ ଗ୍ରାମର ୧୮ରୁ ଉର୍ଦ୍ଧ ବ୍ୟକ୍ତି ତପନଙ୍କ ଘର ପାଖରେ ପହଁଚି ତପନଙ୍କ ଘର ଉପରେ ଢେଲା ମାଡ କରିବା ସହ ପରିବାର ଲୋକଙ୍କୁ ମାଡ ମାରି ତାଙ୍କ ଘରକୁ ପୋଡି ଦେବା ସହିତ ଦୁଇଟି ବାଇକ ମଧ୍ୟ ପୋଡ଼ିଦେଇଛନ୍ତି । ଯାହାଦ୍ୱାରା ତାପନଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି । ଏହାସହ ଘରେ ଉପସ୍ଥିତ ଥିବା ମହିଳାଙ୍କ ଠାରୁ ବୋମା ଓ ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଇଥିବା ଜେନାପୁର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି । ତେବେ ଦୁଇ ପକ୍ଷର ଅଭିଯୋଗକୁ ଭିତିକରି ଜେନାପୁର ପୋଲିସ ଉକ୍ତ ଗ୍ରାମରେ ପହଁଚି ୨ଜଣଙ୍କୁ ଅଟକ ରଖି  ଅଧିକ ପଚରା ଉଚରା ଜରିରଖିଛି । ତେବେ ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ଗ୍ରାମରେ ଚାପା ଉତେଜନା ଲାଗିରହିଛି । ଏହି ଘଟଣାକୁ କେନ୍ଦ୍ର କରି ଅନ୍ୟାୟ ଭାବେ ଜେନାପୁର ପୋଲିସ ନିର୍ଦୋଷରେ ଅଟକ ରଖିଥିବା ୨ଯୁବକଙ୍କ ସପକ୍ଷରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଜେନାପୁର ଥାନାକୁ  ଘେରାଉ କରିଥିବା ଜଣାପଡ଼ିଛି । ତେବେ ପୋଲିସ ତଦନ୍ତ ପରେ ଉକ୍ତ ଘଟଣାର ସତ୍ୟା ସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Related Posts

About The Author

Add Comment