ବାରିପଦା,୧୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ଜମାକାରୀଙ୍କ ଜମା ଅର୍ଥକୁ ଫେରସ୍ତ ପାଇଁ ନିକଟରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ କରଞ୍ଜିଆ ଶାଖାର ଜମାକାରୀଙ୍କ ନିକଟରେ ବିଶ୍ୱସନୀୟ ହେବା ଓ ଜନସାଧାରଣଙ୍କ ନିକଟତର ହେବାପାଇଁ ବ୍ୟାଙ୍କର ପୂର୍ବତନ ସଭାପତି ଗିରିଧାରୀ ପୃଷ୍ଟିଙ୍କ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ହଟାଇଦେଇଥିବା ଦେଖାଯାଇଛି । ୧୯୫୮ ମସିହା ଅଗଷ୍ଟ ୧୧ ତାରିଖ ରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ୨୦୦୯ ମସିହା ଅକ୍ଟୋବର ୨୧ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ ଲାଇସେନ୍ସ ପ୍ରାପ୍ତ ହୋଇଥିଲା । ବ୍ୟାଙ୍କ ର ଅଂଶୀଦାରମାନଙ୍କୁ ବ୍ୟାଙ୍କ ପ୍ରତି ଆକୃଷ୍ଟ କରାଇବା ଓ କାରବାର ବୃଦ୍ଧି କରାଇବା ଆଶାରେ ବିଭିନ୍ନ ପ୍ରକାର ୠଣ , ସ୍ଥାୟୀ ଜମା , ସଞ୍ଚୟ ଜମା, ଇତ୍ୟାଦି ବୃଦ୍ଧି କରି ସମବାୟ ବିଭାଗ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ମାତ୍ର ଜିଲ୍ଲାର ଏକ ରାଜନୈତିକ ଦଳର ବ୍ୟକ୍ତିମାନେ ସଭାପତି ପଦକୁ ଅଳଙ୍କୃତ କରିବାପରେ ବ୍ୟାଙ୍କ ଦେବାଳିଆ ପରିସ୍ଥିତି ଆଡ଼କୁ ଟାଣିଯିବା ଦ୍ବାରା ୨୦୧୪ ମସିହା ଅକ୍ଟୋବର ୧୬ତାରିଖରେ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ରନ୍ଧ କରିଥିଲେ । ଏହାପରେ ବ୍ୟାଙ୍କ ପ୍ରାଥମିକ ସମବାୟ ସମିତିରେ ପରିଣତ ହେବାସହ ରିଜର୍ଭ ବ୍ୟାଙ୍କ ନିଦ୍ଦେର୍ଶ କ୍ରମେ ରାଜ୍ୟ ସରକାର ବ୍ୟାଙ୍କରେ ଲିକ୍ବିଡେଟର ନିଯୁକ୍ତି କରି ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେଇଥିଲେ । ଏହାକୁ ବିରୋଧ କରି ବ୍ୟାଙ୍କ ପରିଚାଳନା ପରିଷଦ ହାଇକୋର୍ଟରୁ ଲିକ୍ବିଡେଟର ନିଯୁକ୍ତି ଉପରେ ରହିତାଦେଶ ଆଣିଥିଲେ । ୨୦୧୭-୧୮ ମସିହାର ଅଡିଟ ରିପୋର୍ଟ ଅନୁଯାୟୀ ବ୍ୟାଙ୍କରେ ୨୫ ହଜାର ୭୩୧ ଜଣ ଅଂଶୀଦାର ଥିବା ବେଳେ ସେମାନଙ୍କର ୨ କୋଟି ୧୮ ଲକ୍ଷ ୨୯ ହଜାର ଟଙ୍କା ଅଂଶଧନ ଏବଂ ବ୍ୟାଙ୍କରେ ମୋଟ ୭୨ କୋଟି ୨୭ ଲକ୍ଷ ୬ ହଜାର ଟଙ୍କାର ଜମା ରାଶି ଥିବା ସ୍ଥଳେ କ୍ଷତିର ପରିମାଣ ୨୯ କୋଟି ୭୦ ଲକ୍ଷ ୧୨ ହଜାର ଟଙ୍କା ବୋଲି ଦର୍ଶାଯାଇଥିଲା ।
ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସକୁ ରନ୍ଧ କରିବା ସହ ଜମାକାରୀଙ୍କ କଷ୍ଟଲବ୍ଧ ଅର୍ଥର ସୁରକ୍ଷା ପାଇଁ ବ୍ୟାଙ୍କର ମାସିକ ଖର୍ଚ୍ଚ ଉପରେ ରିଜର୍ଭ ବ୍ୟାଙ୍କର କଟକଣାକୁ ହେୟଜ୍ଞାନ କରିବା ଓ ରାଜ୍ୟ ସମବାୟ ନିବନ୍ଧକଙ୍କ ବିନା ଅନୁମତିରେ ପରିଚାଳନା ପରିଷଦ ଜମାକାରୀଙ୍କ ଅର୍ଥକୁ ବ୍ୟାପକ ଭାବେ ଖର୍ଚ୍ଚ କରିବା ସହ ଦୁର୍ନୀତିରେ ଜଡିତ ଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଅପରପକ୍ଷରେ ଜମାକାରୀଙ୍କ ଅର୍ଥକୁ ଫେରସ୍ତ ପାଇଁ ବ୍ୟାଙ୍କ ଓ ସରକାରଙ୍କ ବିରୋଧରେ ହାଇକୋର୍ଟରେ ହୋଇଥିବା ମାମଲାର କୋର୍ଟ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କର ଭାରପ୍ରାପ୍ତ ମୁଖ୍ୟ ପରିଚାଳକ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଘୋଷଣା କରାଯାଇଥିବା ଦେଖାଯାଇଥିଲା । ବ୍ୟାଙ୍କର ସଭାପତି ପଦବୀରେ ରହି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ସମ୍ବନ୍ଧରେ ଗଣମାଧ୍ୟମରେ ପ୍ରକାଶ ପାଇବା ଏବଂ ପରିଚାଳନା ପରିଷଦର ୩ ଜଣ ନିଦ୍ଦେର୍ଶକ ସଭାପତି ଗିରିଧାରୀ ପୃଷ୍ଟିଙ୍କ ବେଆଇନ କାର୍ୟ୍ୟକଳାପ ସମ୍ବନ୍ଧରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିକଟରେ ଅଭିଯୋଗ କରି ସ୍ବତନ୍ତ୍ର ଅଡିଟ କରାଇବା ଘଟଣାରେ ଅଣନିଃଶ୍ବାସୀ ହୋଇପଡିଥିବା ଗିରିଧାରୀ ବାବୁ ପରିଚାଳନା ପରିଷଦ ଭଙ୍ଗ ପରେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିର୍ତ୍ତିରେ ନିଜର ଅପବାଦକୁ ଘୋଡାଇବା ଉଦ୍ଧେଶ୍ୟରେ ମୁଖ୍ୟ ପରିଚାଳକ ଘୋଷଣାନାମା ସହ ନିଜର ନିଜର ଫୋଟକୁ ଯୋଡ଼ି ସହରର ବିଭିନ୍ନ ସ୍ଥାନରେ ହୋର୍ଡିଙ୍ଗ ଲଗାଇଥିବା ଦେଖାଯାଇଥିଲା। ଏଥିସହ ଜମାକାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ନିମିତ ତାଙ୍କରି ଉଦ୍ୟମରେ କୁଆଡେ ହାଇକୋର୍ଟରୁ ନିର୍ଦ୍ଦେଶ ଆସିଥିବା ନେଇ ସହରରେ ପ୍ରଚାର କରାଯାଉଥିବା ବେଳେ ଲିକ୍ବଡେର ନିଯୁକ୍ତି କୁ ବିରୋଧ କରିବା,ଆରବିଆଇ ଓ ସମବାୟ ବିଭାଗର ନିର୍ଦ୍ଦେଶନାମାକୁ ଉଲଂଘନ କରି ଜମାକାରୀଙ୍କ ଅର୍ଥକୁ ବେଆଇନ ଖର୍ଚ୍ଚ କରିବା, ହାଇକୋର୍ଟଙ୍କ ରାୟ ପୂର୍ବରୁ ବନ୍ଧକଜମିକୁ ଶାରମାଛ ଦରରେ ନିଲାମ କରିବା ନେଇ ମଧ୍ୟ ସହରରେ ଚର୍ଚ୍ଚା ଜୋର ଧରିଛି । ଦୃଢ଼ ବିରୋଧ ଯୋଗୁଁ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ପର୍ୟ୍ୟବେକ୍ଷଣ ପ୍ରଣବ ପ୍ରକାଶ ଦାସ ଓଲଫ ଦାବି ମିଶ୍ରଣ ପ୍ରକ୍ରିୟାକୁ ନାମଞ୍ଜୁର କରିଥିବା ଶୁଣାଯାଉଛି। ଏଭଳି ସ୍ଥିତିରେ ନିଜର ପଡିଆରକୁ ସ୍ୱଚ୍ଛ ଓ ନିର୍ମଳ କରିବା ଉଦ୍ଦେଶ୍ୟରେ ଗିରିଧାରୀ ବାବୁଙ୍କ ହୋର୍ଡିଙ୍ଗ ରାଜନୀତିକୁ ସ୍ଥାନୀୟ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରୁଥିବା ଦେଖାଯାଇଛି ।
ଅର୍ବାନ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ କୁତ୍ସିତ ରାଜନୀତି
|
July 13, 2020 |