ଯାଜପୁର, (ସନ୍ଧାନ ନିୟୁଜ) ଓଡିଆ ଭାଷା ସମ୍ମଳନୀ-୨୦୨୪ ଉପଲକ୍ଷେ ଅର୍ଥଙ୍ଗା ଗ୍ରାମ ପଂଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଂଚ ପ୍ରତିଭା ମଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉଦ୍ଧବ ଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ସାରଥୀ ଉପାଧି ପ୍ରାପ୍ତ ଶିକ୍ଷାବିତ ବିଶ୍ୱନାଥ ସାହୁ, ଶିକ୍ଷକ ମାଧବ ଚରଣ ସ୍ୱାଇଁ, ରଶ୍ଚିରଂଜନ ମହାନ୍ତି, ନିରଞ୍ଜନ ଶତପଥୀ, ସୁଧାଂଶୁ କୁମାର ନାୟକ ପ୍ରମୁଖ ଯୋଗଦେଇ ଭାଷା ଅତୀତର ଅସ୍ତିତ୍ୱ ଭାଷାହିଁ ଭବିଷ୍ୟତ ଆଲୋଚନା ଚକ୍ର ରେ ଭାଷା ଆମକୁ ପରିଚୟ ପ୍ରଦାନ କରିଛି ଏବଂ ଏହାକୁ ବଂଚାଇ ରଖିବା ଆମ୍ଭ ମାନଙ୍କର ନୈତିକ ଦାୟିତ୍ୱ ହେବା ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ଭାଷାକୁ ଜୀବିତ ରଖିବା ପାଇଁ ପ୍ରତ୍ୟକ ସ୍ତରରେ ପ୍ରତ୍ୟକ ବ୍ୟକ୍ତି ଛାତ୍ରଛତ୍ରୀ ମାନେ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ନିଜର ଭାଷାକୁ ନେଇ ଗର୍ବ କରିବା ଏବଂ ତାହାର ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସମସ୍ତ ଅତିଥି ମାନେ ମତ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ସାହିତ୍ୟ ଏବଂ ସଂସ୍କୃତିର ବିକାଶ କୁ ନେଇ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇ ପରସ୍କୃତ କରାଯାଇଥିଲା । ସେହିପରି ସମସ୍ତ ଅତିଥି ମାନଙ୍କୁ ମାନପତ୍ର ଉପଢ଼ୌକନ ଦିଆଯାଇ ସମ୍ମାନୀତ କରାଯାଇଥିଲା । ଏହାକଭ ପିଇଓ ଏମ କେ, ରାଉତ, ଜିଆରଏସ ମାମୁନି ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ୱାର୍ଡ ସଭ୍ୟ ସଭ୍ୟା, ନାଏବ ସରପଂଚ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।




