ଯାଜପୁର ସଦର,:୧୨ /୧୨ / ୨୫ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ବରୀବ୍ଲକ ଅରଙ୍ଗାବାଦ ପଂଚାୟତର ୯ଜଣ ୱାର୍ଡ଼ମେମ୍ବର ସଭ୍ୟପଦ ଯାଜପୁର ଜିଲ୍ଲାପାଳ ଅମ୍ବର କର ରଦ୍ଦ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ୯ଜଣ ୱାର୍ଡ଼ ସଭ୍ୟ ବୈଠକରେ ଯୋଗନଦେବାରୁ ପାଂୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯୟକୁ ବିରୋଧ କରୁଥିବା ବେଳେ, ପଂଚାୟତର ସରପଂଚ ନିରୁପମା ମଲିକ ଯାଜପୁର ଜିଲ୍ଲାପାଳଙ୍କ କୋର୍ଟରେ ପଂଚାୟତର ମିସକେସନଂ ୦୨/୨୦୨୫ ଗ୍ରାମପଂଚାୟତର ଆଇନଧାରା ୨୫(୨) ଓ ଧାରା ୨୬ ଅନୁଯାୟୀ ଜିଲ୍ଲାପାଳ ଅମ୍ବର କର ଏହି ମାମଲାକୁ ବିଚାର କରି ୯ଜଣ ୱାର୍ଡ଼ ସଭ୍ୟଙ୍କୁ ନୋଟିସ କରିଥିଲେ । ପଂଚାୟତର ଅଧିକାରୀ ଏହାକୁ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଷ ଦେଇଥିଲେ । ପଂଚାୟତ ଅଧିକାରୀ ଏହାକୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ବେଳେ, ଯାଜପୁର ଜିଲ୍ଲାପାଳ ଦଶକତ କାରିଣୀ ସରପଂଚଙ୍କ ଓକିଲ ଅପର ପକ୍ଷ ୱାର୍ଡ ସଭ୍ୟଙ୍କ ଓକିଲ ସରକାରୀ ଜବାବ ଶୁଣାଣୀ କରାଯିବା ପରେ ପଂଚାୟତର ୱାର୍ଡ ମେମ୍ବର ଦମୟନ୍ତୀ ମଲିକ(ରଜାପୁର), ସଂଯୁକ୍ତା ପାଳ, ବନ୍ଦନା ମଲିକ, କବିତା ଜେନା, ସୁବାଷ ପଣ୍ଡା, ମାନସ ଦାସ, ପୂଜା ଜେନା, ଶ୍ରିକାନ୍ତ ଜେନା, ସୁଶ୍ମିତା ଦାସ ଏହି ମାମଲାକୁ ସରପଂଚଙ୍କ ଓକିଲ ବିରଜା ପ୍ରଶାଦ ପରିଡ଼ା ଓ ବିଭୁ ପ୍ରଶାଦ ପରିଡା ଏହାକୁ ପରିଚାଳନା କରୁଥିବା ବେଳେ, ଏହି ପଂଚାୟତରେ ରାଜନୈତିକ ପାଣିପାଗ ଅସ୍ଥିର ହୋଇଥିବା ବେଳେ, ଯାହା ଫଳରେ ସଭ୍ୟଙ୍କ ପଦ ରଦ୍ଦ କରାଯିବା ପରେ ରାଜନୈତିକ ପାଣିପାଗ କେଉଁ ଆଡକୁ ଯିବ ତାହା ଦେଖିବାକୁ ବାକି ରହିଲା ।
ଅରଙ୍ଗାବାଦ ପଂଚାୟତରେ ୯ଗୋଟି ୱାର୍ଡ଼ ସଭ୍ୟଙ୍କ ସଭ୍ୟପଦ ରଦ୍ଦ କଲେ ଜିଲ୍ଲାପାଳ
|
December 13, 2025 |



