ବାରିପଦା, 02.12.2020 (ଲିଙ୍ଗରାଜ ପଣ୍ଡା): ଅଯୋଧ୍ୟାରେ ଶ୍ରୀରାମମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନ ପାଇଁ ମୟୂରଭଞ୍ଜ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସଭାପତି ଦିବାକର ତ୍ରୀପାଠିଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବିଭାଗ ପ୍ରମୁଖ ତପନ କୁମାର ନାୟକ, ଭରତଚନ୍ଦ୍ର ହାଁସଦା, ଜିଲ୍ଲାସଂଯୋଜକ ତୁଷାରକାନ୍ତ ମହାନ୍ତଙ୍କ ସମେତ ଅନ୍ୟାନ୍ୟ କର୍ମ କର୍ତ୍ତା ଏବଂ ସଦସ୍ୟ ଗଣ ଉପସ୍ଥିତ ଥିଲେ ମନ୍ଦିର ନିର୍ମାଣ ନିମନ୍ତେ ଗୁ ହଣ କରାଯାଉଥିବା ପଦକ୍ଷେପ ତଥା ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ମତାମତ ଗ୍ରହଣ ପୂର୍ବକ ସବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି, ବନବାସୀ କଲ୍ୟାଣ ଆଶ୍ରମ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିବିଧକ୍ଷେତ୍ର, ଏକଲ ବିଦ୍ୟାଳୟ ସଂଗଠନ, ଭାରତୀୟ ମଜଦୁର ସଭା, ମାତ୍ର ଶକ୍ତି ଏବଂ ଦୁର୍ଗାବାହିନୀର କାର୍ଯ୍ୟ କ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବ୍ଲକ, ପଞ୍ଚାୟତ, ଗ୍ରାମ ତଥା ପରି ବାର ସ୍ତରରେ ସମସ୍ତଙ୍କର ନିକଟତର ହେବାକୁ ଜିଲ୍ଲା ଅଭିଯାନ ପ୍ରମୁଖ ଯୋଗେଶ୍ୱର ଦଣ୍ଡପାଟ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।