ଭଦ୍ରକ ୨୦/୦୫ (ସନ୍ଧାନ ନିଉଜ) ଭଦ୍ରକ କାନ୍ଥ ପଡି ଶିଶୁ ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଳିଛି । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦକ୍ଷିଣପାରି ଗ୍ରାମରେ କାନ୍ଥ ପଡ଼ି ଜଣେ ଦୁଇମାସ ଶିଶୁର ମୃତ୍ୟୁ ଘଟିଥିବା ଖବର ମିଳୁଛି। ମୃତକ ଶିଶୁ ଜଣଙ୍କ ବଳରାମ ଦାସଙ୍କ ପୁଅ ଏବଂ ମା’ ପାଖେ ଶୋଇଥିବା ସମୟରେ କାନ୍ଥ ପଡ଼ି ଶିଶୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳୁଛି।ଆଜି ଭୋର ସମୟରେ ପବନରେ ତାଙ୍କ ଘର କାନ୍ଥ ଭାଙ୍ଗି ଯାଇଥିଲା ଓ ଶୋଇଥିବା ଶିଶୁ ଉପରେ ପଡିଯାଇଥିଲା। ବାତ୍ୟା ଅମ୍ପନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ପ୍ରବଳ ବେଗରେ ପବନ ବହୁଛି। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।
ଅମ୍ପନର ପ୍ରଭାବ: ଭଦ୍ରକରେ କାନ୍ଥ ପଡି ଶିଶୁ ମୃତ୍ୟୁ
|
May 20, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)