ବାରିପଦା-୨୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- କରୋନା ଭୟବହତା କାରଣରୁ ମୟୁରଭଞ୍ଜ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ୍ କଟକଣା ପାଳନ କରୁଥିବା ଅମାନିଆ ଗାଡିମତର ଯାଂଚ କରିବା ପାଇଁ ଶନିବାର ପୂର୍ବାହ୍ନରେ ମୋରଡା ଥାନା ଆଇଆଇସି ଜୁନି ବେଶ୍ରାଙ୍କ ନିଦେ୍ର୍ଦଶ କ୍ରମେ ଏସଆଇ ମଧୁସୂଦନ ଦତ ଓ ଅନ୍ୟ ପୋଲିସ କର୍ମଚାରୀ ବାରିପଦା – ଅମର୍ଦାରୋଡ ରାଜ୍ୟ ରାଜପଥ ବରକନ୍ଦା ଠାରେ ଅମାନିୟା ଗାଡିମର ଯାଂଚ କରୁଥିଲେ । ଏହି ଅବସରେ ଗୋଟିଏ ଗାଡିକୁ ରାସ୍ତାରେ ଅଟକାଉଥିବା ବେଳେ ଦ୍ରୁତ ଗତିରେ ଏକ ଅମାନିଆ ପଲସର ବାଇକରେ ୩ଜଣ ହାବିଲଦାର ଅରୁଣ କୁମାର ଗିରିଙ୍କୁ ଧକ୍କା ଦେବାରୁ ସେ ପଡିଯାଇ ଗୁରୁତର ହୋଇଥିଲେ ଓ ତାଙ୍କ ଗୋଡ ଭାଙ୍ଗିଯାଇଥିଲା । ତାଙ୍କୁ ସଙ୍ଗେସଙ୍ଗେ କିଶାନତାଣ୍ଡି ସିଏଚସିକୁ ନେଇ ପ୍ରଥମିକ ଚିକିସôା କରାଯିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ଘଟାଇଥିବା ବାଇକକୁ ପୋଲିସ ଜବଦ କରିଥିବା ବେଳେ ବାଇକ ଚାଳକ ବଇଁଚିଡିହା ଗ୍ରାମର ଧିରେନ କୁମାର ସେଠୀଙ୍କ ପୁଅ ପ୍ରଶାନ୍ତ କୁମାର ସେଠୀ (୨୩) ଙ୍କୁ ଅଟକ ରଖିଥିବା ଜଣାପଡିଛି । ସେ ସାମାନ୍ୟ ଆହତ ହୋଇଥିବାରୁ ପୋଲିସ ତାଙ୍କର ଚିକିସôା କରାଇଥିବା ସୂଚନା ମିଳିଛି । ବାଇକରେ ଥିବା ଅନ୍ୟ ଦୁଇଜଣ ବଇଁଚିଡିହା ଗ୍ରାମର ଗଙ୍ଗାଧର ପଲେଇଙ୍କ ପୁଅ ସଞ୍ଜୟ ପଲେଇ (୧୯) ଓ ଗୁହିନ ମଲ୍ଲିକଙ୍କ ପୁଅ ପିତାମ୍ବର ମଲ୍ଲିକ (୧୯) ଘଟଣା ସ୍ଥଳରୁ ପଳାଇଯାଇଥିବା ସୂଚନା ଦେଇଛନ୍ତି ଅଟକ ଯୁବକ । ଘଟଣାର ପୋଲିସ ତଦନ୍ତ ଜାରି ରହିଛି ।
ଅମାନିଆ ବାଇକ ଧକ୍କାରେ ମୋରଡା ଥାନା ହାବିଲଦାର ଗୁରୁତର
|
July 21, 2020 |


