ଚଣ୍ଡିଖୋଲ, ୫/୦୫(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ)- ଚଳିତ ମାସ ୫ ତାରିଖରୁ ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ ଘୋଷଣା କରାଯିବା ସହ ନିର୍ଦ୍ଧାରିତ ନିୟମ ପାଳନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ଲକଡାଉନ ପୂର୍ବଦିନ ବଜାରରେ ବ୍ୟାପକ ଗହଳି ସାଙ୍ଗକୁ ନିତ୍ୟ ବ୍ୟବହାର ଦ୍ରବ୍ୟ ଦର ଆକାଶ ଛୁଆଁ ହୋଇଯାଇଥିଲା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ବୁଧବାର ସକାଳୁ ଲକଡାଉନର ପ୍ରଥମ ଦିନରେ ବଡଚଣା ପୋଲିସ ପକ୍ଷରୁ ବ୍ୟାପକ ତନଖି କରାଯିବା ସହ ଅନେକ ବାଇକ ଆରୋହୀଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିଲା । କିନ୍ତୁ ବଜାରରେ ପୂର୍ବରୁ ଯେଉଁ ବସ ରହଣୀ ସ୍ଥଳରେ ପରିବା ହାଟ ବସୁଥିଲା ସେହିଦିନ ବ୍ୟବସାୟ ଚାଲୁଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ନିୟମ ମୁତାବକ ଗୋଟିଏ ଦୋକାନରୁ ଅନ୍ୟ ଏକ ଦୋକାନର ଦୂରତା ୩୦ଫୁଟ ବ୍ୟବଧାନ ରହିବା କଥା । ଏଠାରେ ଏହାକୁ ପାଳନ କରା ନଯାଇ ପୂର୍ବଭଳି ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସ ବାଇକ ଧାରୀଙ୍କୁ ଜୋରିମାନ ଆଦାୟ କରୁଥିଲା ବେଳେ ପରିବା ହାଟ ଆଡେ ନଜର କରି ନଥିଲା । କରୋନା ପାଇଁ ନୋଡାଲ ଅଫିସର ଦାୟୀତ୍ୱରେ ଥିବା ବଡଚଣା ବିଡିଓ କିମ୍ବା ତହସିଲଦାର ଅନ୍ୟ କୌଣସି ଅଧିକାରୀ ଏଠାକୁ ନଆସିବା ଏବଂ ବ୍ୟବସ୍ଥାୟୀଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆ ଯାଉନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ।
ଅମାନିଆ ବାଇକ ଆରୋହୀଙ୍କୁ ଜୋରିମନା; ପରିବା ହାଟ ଉପରେ କଟକଣା ଶୁନ
|
May 5, 2021 |
![](https://sandhannews.com/wp-content/uploads/2021/05/IMG-20210505-WA00511.jpg)