ଅଭିଯୋଗକାରୀ ଓ ଡ୍ରାଇଭରଙ୍କ ବୟାନ ରେକର୍ଡ

Spread the love

ବାରିପଦା ୩୦/୦୭(ଲିଙ୍ଗରାଜ ପଣ୍ଡା):- ତହସିଲଦାର ଓ ଖଣି ମାଫିଆ ଲିଙ୍କ୍ ଘଟଣାରେ ବେତନଟୀ ତତ୍କାଳୀନ ତହସିଲଦାର ଅନିଶା ଦାସଙ୍କ ନାଁରେ  ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିବା ଟ୍ରକ୍ ମାଲିକ ଶ୍ରୀକାନ୍ତ ଦାସ ଓ ଗତ ୨୦ ତାରିଖ ରାତିରେ ବିବାଦୀୟ ସ୍ଥିତିରେ ଅଟକା ଯାଇଥିବା ତାଙ୍କ ଟ୍ରକର ଡ୍ରାଇଭର ତପନ କୁମାର ବିନ୍ଧାଣୀଙ୍କ ବୟାନ ରେକର୍ଡ କରାଯାଇଛି । ବେତନଟୀ କୋର୍ଟର ଜେଏମଏଫସି ସୁଧୀରଞ୍ଜନ ଦାଶଙ୍କ ସମ୍ମୁଖରେ ଉଭୟଙ୍କ ବୟାନ ରେକର୍ଡ ହୋଇଥିଲା । ଏହା ପୂର୍ବରୁ ଏହି ଘଟଣାରେ ନିଜକୁ ଉପଜିଲ୍ଲାପାଳ ବୋଲି ମିଥ୍ୟା ପରିଚୟ ଦେଇ ବିଭ୍ରାଜି ସୃଷ୍ଟି କରିଥିବା ଅମ୍ରିତା ସୁନମ ମନ୍ତ୍ରୀଙ୍କ ବୟାନ ରେକର୍ଡ ହୋଇଥିଲା । ଏଥିସହ ଏହି ଘଟଣାରେ ତହସିଲଦାରଙ୍କ ବିରୋଧରେ ତାଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କରାଯାଇଛି । ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ ଘଟଣାର ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ ପରମିଟ୍ ଥାଇ ଲଘୁ ଖଣିଜ ପରିବହନ ହେଉଥିଲେ ବି ତାଙ୍କ ଗାଡ଼ି ଅଟକାଇ କଛି ଅସାମାଜିକ ଲୋକ ବଟି ମାଗିବା ଓ ତହସିଲଦାରଙ୍କ ଗୋଚରରେ ଏ ସବୁ ଘଟଣା ଘଟୁଥିବା ଶ୍ରୀକାନ୍ତ ଦାସ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ କେସ୍ ନଂ ୧୫୯/୨୦ ରେ ମାମଲା ରୁଜୁ କରି ୩ ଜଣଙ୍କ କୋର୍ଟ ଚାଲାଣ କରିସାରିଛି । ଏଥିସହ ତତ୍କାଳୀନ  ତହସିଲଦାର ଅନିଶା ଦାସଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।

Related Posts

About The Author

Add Comment