ସମ୍ବଲପୁର, ୧୮/୧୨ (ସନ୍ଧାନ ନିଉଜ) : ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ କିଣାବିକା ଅବ୍ୟବସ୍ଥା ମଧ୍ୟରେ ଚାଲୁରହିଛି । ତେବେ ବିଗତ କିଛି ଦିନମଧ୍ୟରେ ଚାଷୀଙ୍କୁ ଟୋକନ ମିଳିନଥିବା ବେଳେ ସମ୍ବଲପୁରବରେଇପାଲି ମାର୍କେଟ ୟାର୍ଡରେ୧୦୬ଟି ଟ୍ରାକ୍ଟରରେ ଆସିଥିବା ଧାନବସ୍ତା ବିକ୍ରୀ ନହୋଇ ପଡି ରହିଛି ।ତେଣୁ ବିକ୍ରୀ କରିବା ପାଇଁ ଆସିଥିବାଚାଷୀ ମାନେ ଶୀତ କାକରରେ ଜଗିରହିଛନ୍ତି । ସେହିପରି ଜୟନ୍ତପୁରରେ୬୦ଟି, ବିଶାଲଖିଣ୍ଡାରେ ୧୫ଟି ଓଶାସନରେ ୫୨ଟି ଗାଡିରେ ଧାନଭର୍ତ୍ତି ହୋଇ ରହିଛି । ଏହା ବ୍ୟତିତକୁଚିଣ୍ଡା ଉପଖଣ୍ଡରେ ୬୦ହଜାରଧାନ ବସ୍ତା ବିକ୍ରୀ ନହୋଇ ପଡିରହିଛି । ତେଣୁ ଚାଷୀ ଅସନ୍ତୋଷଦେଖା ଯାଇଛି । ଟୋକନ ବ୍ୟବସ୍ଥାଯୋଗୁଁ ଏହି ଧାନ ବିକ୍ରୀ ନହୋଇ ପଡିରହିଥିବା ବେଳେ ମଙ୍ଗଳବାରପୂର୍ବାହ୍ନ ସାଢେ ୧୦ଟାରେ ଚାଷୀମାନେ ୫୩ନମ୍ବର ଜାତୀୟରାଜପଥର ବରେଇପାଲି ଛକନିକଟରେ ଜାତୀୟ ରାଜପଥକୁଅବରୋଧ କରିଛନ୍ତି । ସେମାନେରାଜପଥ ଉପରେ ଧାନ ବୋଝେଇଟ୍ରାକ୍ଟର ଥୋଇ ରାସ୍ତା ଅବରୋଧକରିଥିବା ବେଳେ ଜିଲ୍ଲା ପ୍ରଶାସନ ଓସରକାର ବିରୋଧରେ ନାରାବାଜିକରିଛନ୍ତି । ଫଳରେ ଉଭୟ ପଟରେଶହଶହ ସଂଖ୍ୟାରେ ଯାନବାହାନଅଟକି ରହିଛି । ଖବର ପାଇ ଅତିରିକ୍ତଏସ୍ପି ପ୍ରଦୀପ କୁମାର ମହାପାତ୍ରଙ୍କସମେତ ବିଭିନ୍ନ ଥାନା ଅଧିକାରୀଘଟଣା ସ୍ଥଳରେ ପହଞ୍ôଚ ଚାଷୀଙ୍କ ସହଆଲୋଚନା କରିଛନ୍ତି ।
ତେବେ ଚାଷୀ ଟୋକନ ଅବ୍ୟବସ୍ଥାକୁ ବିରୋଧ କରିନିଜ ଜିଦ୍ରେ ଅଟଳ ଥିବାବେଳେଅପରାହ୍ନ ୪ଟାରେ ଯୋଗାଣଅଧିକାରୀ ରଞ୍ଜନ ସେଠ ଚାଷୀଙ୍କ ସହଆଲୋଚନା କରିଥିଲେ । ତେବେଆଲୋଚନା ଫଳପ୍ରଦ ହୋଇ ନଥିଲା ।ଚାଷୀ ମାନେ ନିଜ ଜିଦ୍ରେ ଅଡିବସିଥିବାରୁ ଖବର ଲେଖା ଗଲାବେଳକୁ ଆନ୍ଦୋଳନ ଚାଲୁ ରହିଛି ।ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେରଖି ଘଟଣା ସ୍ଥଳରେ ପୋଲିସମୃତୟନ ହୋଇଛନ୍ତି । ସୂଚନା ଯୋଗ୍ୟ,ରାଜ୍ୟ ସରକାର ଚଳିତ ବର୍ଷ ଧାନକିଣାବିକା ବ୍ୟବସ୍ଥିତ କରିବା ପାଇଁଟୋକନ ବ୍ୟବସ୍ଥା କରିଥିଲେ । ମାତ୍ରଏହାକୁ ପଶ୍ଚିମ ଓଡିଶା ଚାଷୀ ମାନେତୀବ୍ର ବିରୋଧ କରିଥିଲେ । ଗତନଭେମ୍ବର ୧୮ତାରିଖରେଏବ୍ୟବସ୍ଥାକୁ ପ୍ରତିହାର କରିବା ପାଇଁଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନବସ୍ତା ଟ୍ରାକ୍ଟର ରଖି ପ୍ରତିବାଦକରିଥିଲେ । ଦାବୀ ପୂରଣ ନହେବାରୁଏହାର ଦିନକ ପରେ ଜିଲ୍ଲାର୪ବିଧାୟକଙ୍କ ଘର ସମ୍ମୁଖରେ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନକରିଥିଲେ । ଏହାସତ୍ତେ୍ୱ କୌଣସି ସୁଫଳନମିଳିବାରୁ ସେମାନେ ଗତ ନଭେମ୍ବର୨୧ତାରିଖରେ ବରେଇପାଲି ଛକନିକଟରେ ରାସ୍ତାରୋକ୍ କରିଥିଲେ ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରମମନ୍ତ୍ରୀସୁଶାନ୍ତ ସିଂ ଓ ଉପମୁଖ୍ୟ ସଚେତକତଥା ରେଢାଖୋଲ ବିଧାୟକ ଇଂ.ରୋହିତ ପୂୀଜାରୀ ଆନ୍ଦୋଳନରତଚାଷୀଙ୍କ ସହ ଆଲୋଚନା କରିଥିଲେ ।ବିନା ଟୋକନରେ ମଧ୍ୟ ଜଣେ ଚାଷୀଧାନ ବିକ୍ରୀ କରିପାରିବ ବୋଲିକହିଥିଲେ । ବିନା ଟୋକନରେ ମଣ୍ଡିକୁଆଣିଥିବା ଚାଷୀଙ୍କ ଧାନ ୩ରୁ ୪ଘଣ୍ଟାମଧ୍ୟରେ ବିକ୍ରୀ କରାଯିବାର ବ୍ୟବସ୍ଥାକରାଯିବ ବୋଲି ପ୍ରତିଶୃତିଦେଇଥିଲେ । ଏତଦ୍ବ୍ୟତୀତ ହୀରାକୁଦଜଳସେଚିତ ଅଞ୍ଚଳରେ ଚଳିତ ବର୍ଷଭଲ ଧାନ ଫସଲ ହୋଇଥିବାରୁ ପୂର୍ବନିର୍ଦ୍ଧାରିତ ଏକର ପିଛା ଧାନ ବିକ୍ରୀନିୟମ ଲାଗୁ କରାଯିବ ନାହିଁ ବୋଲିକହିଥିଲେ । ଏହି ସରଳୀକରଣବ୍ୟବସ୍ଥା କେବଳ ହୀରାକୁଦଜଳସେଚିତ ଅଞ୍ଚଳ ଚାଷୀଙ୍କ ପାଇଁପ୍ରଯୁର୍ଯ୍ୟ ବୋଲି ମନ୍ତ୍ରୀ ପ୍ରତିଶୃତିଦେବା ପରେ ଆନ୍ଦୋଳନ ହଟିଥିଲା ।ଏହାପରେ କିଛି ଦିନ ଧାନ ବିକ୍ରୀବିନା ଟୋକନରେ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଚାଷୀମାନେ ଧାନ ବିକ୍ରୀ କରିପାରିନଥିଲେ । ତେଣୁ ବିଭିନ୍ନ ମଣ୍ଡିରେହଜାରହଜାର ବସ୍ତା ଧାନ ପଡିରହିଥିବା ବେଳେ ଚାଷୀଙ୍କୁ ଟୋକନଯୋଗାଇ ଦିଆଯାଇ ପାରୁନାହିଁ ।ମନ୍ତ୍ରୀଙ୍କ ଦେଇଥିବା ପ୍ରତିଶୃତି ପାଳନନହେବାରୁ ଚାଷୀ ମାନେ ଗତ୧୬ଡିସେମ୍ବରରେ ଜିଲ୍ଲା ଯୋଗାଣଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉକରିଥିଲେ । ସେମାନେ ବିନାଟୋକନରେ ଧାନ ବିକ୍ରୀ,ଉପନିୟମ ପରିବର୍ତ୍ତନ, ଧାର୍ଯ୍ୟସମୟ ମଧ୍ୟରେ ଟଙ୍କା ପ୍ରଦାନ, ପ୍ରତି୭ଦିନରେ ସବ୍ କମିଟି ଗଠନ,କଟନି ଛଟନି ବନ୍ଦ କରିବାକୁ ଦାବୀକରିଥିଲେ ।
ଅବ୍ୟବସ୍ଥା ମଧ୍ୟରେ: ଧାନ କିଣାବିକା ପ୍ରତିବାଦରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ
|
December 18, 2019 |
