ଅବ୍ୟବସ୍ଥା କାରଣରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟ

Spread the love

ସୁନ୍ଦରଗଡ଼, ତା:୧୩/୯/୨୦୨୪ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ବିଗତ ସରକାର ରାଜ୍ୟ ର ପ୍ରତ୍ୟେକ ବସ ଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କର ବସ ପ୍ରତୀକ୍ଷା ପାଇଁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରୀ କୋଷରୁ ଜନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତୀକ୍ଷାଲୟ ମାନ ତିଆରି କରାଉଥିବା ବେଳେ କେତେକ ସରକାରୀ ଅଧିକାରୀଙ୍କ ସହ ଠିକାଦାର ମାନେ କାମ କୁ ନିମ୍ନ ମାନ କରି ସବୁ ଟଙ୍କା କୁ ହଡପ କରିବାରେ ଲାଗିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ବାଲିଶଙ୍କରା ବ୍ଲକ ବନ୍ଧବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ପେରୁଆଁ ଅଡା ଗ୍ରାମ ରେ ଥିବା ବସ ପ୍ରତୀକ୍ଷାଲୟ ଟି କୁ ମାସେ ହେବ ପ୍ରତୀକ୍ଷାଲୟ ଟି ସମ୍ପୂର୍ଣ ଭାବେ ତିଆରି ହୋଇଥିବା ବେଳେ ଗୋଟିଏ ବର୍ଷା ଆସିବା ଯୋଗୁଁ ସେ ପ୍ରତୀକ୍ଷାଲୟ ଘର ଟି ଜମି ରେ ଦବି ଯାଇଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । l ଗ୍ରାମ ର ଜନ ସାଧାରଣ ଠିକାଦାର କୁ କହିବାରୁ ସେ ପୁନର୍ବାର ଭଲ କରି ତିଆରି କରିବାକୁ ପଡିବ ବୋଲି କହିଥିବା ଜନ ସାଧାରଣ ଜଣାଇଛନ୍ତି l ଏଥିରୁ ବ୍ଲକ ପ୍ରଶାସନ ର ସମ୍ପୂର୍ଣ ରୂପେ ହସ୍ତକ୍ଷେପ ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଲି ଭାବରେ ଅବ୍ୟବସ୍ଥା କାରଣରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟ ହେଉଥିବା ସାଧାରଣରେ ଅଭିଯୋଗ ହେଉଥିବା ଜଣାପଡିଛି । ସ୍ଥାନୀୟ ସରପଞ୍ଚ ମହୋଦୟା ଙ୍କୁ ଏ ବିଷୟରେ ଅବଗତ ନ ଥିବା ପ୍ରକାଶ କରିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି ।

Related Posts

About The Author

Add Comment