ଜେନାପୁର, ୧୦/୩/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ପଂଚାୟତ ସମିତି ଅଧିନ ମଧୁପୁରଗଡ ପ୍ରାଣି ଚିକିସôା କେନ୍ଦ୍ରଟି ଏବେ ବିଭିନ୍ନ ସମସ୍ୟା ମଧ୍ୟରେ ବୁଡି ରହିଛି । ପୂର୍ବରୁ ଏହି ପ୍ରାଣୀ ଚିକିସôା କେନ୍ଦ୍ରଟି ନେତାଜୀ ସୁବାଷ କ୍ଲବ ଘରେ ଚାଲୁଥିଲା । ଏହି ଘରଟି ଭାଙ୍ଗି ଯିବା ପରେ ୧୮ ।୧୨ । ୨୦୧୧ ମସିହାରେ ଏକ ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ବରାଦ ହେବାରୁ ତାହା ବଳରାମପୁର ରାଜସ୍ୱ ନିରିକ୍ଷକ ଅଫିସ ଠାରୁ କିଛି ଦୁରରେ ତଆରି ହୋଇଛି । ନୂତନ ଗୃହଟି ନିର୍ମାଣ ସମୟରେ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇନାହିଁ । ଘରଟିରେ ବିଦ୍ୟୁତ ସଂଯୋଗ ପାଇଁ କୌଣସି ସୁବିଧା କରାଯାଇନାହିଁ । କାର୍ଯ୍ୟ କରୁଥିବା ପ୍ରାଣି ଚିକିସôକ ଏହି ଘରେ କିଛି ସମୟ ବସିବା ପରେ ଗରମରେ ଅସ୍ତବ୍ୟସ୍ତ ହୋଇ ବାହାରକୁ ବାହାରି ଆସି ଗଛମୂଳେ ବସୁଛନ୍ତି । ପ୍ରାଣି ଚିକିସôା କେନ୍ଦ୍ରରେ ଶୌଚାଳୟର ବ୍ୟବସ୍ଥା ନଥିବାରୁ ମହିଳା ଡାକ୍ତର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚିକିସôା କେନ୍ଦ୍ର ପରିଷରରେ ପାନୀୟ ଜଳର ସୁବିଧା ନାହିଁ କିମ୍ବ ଶୌଚାଳୟ ପାଇଁ ପାଣି ଯୋଗାଣର କୌଣସି ବନେ୍ଦାବସ୍ତ କରାଯାଇନାହିଁ । ଅନେକ ଦିନ ଧରି ପାଚେରୀ ନିର୍ମାଣ ଅଧା ପନ୍ତରିଆ ହୋଇ ପଡିରହିଥିବାରୁ ବାହାର ଲୋକମାନେ ଚିକିସôାକେନ୍ଦ୍ର ବାରଣ୍ଡା ଓ ପଡିଆଭିତରେ ପଶି ଶୌଚ ଜିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଆଟେଣ୍ଡାଣ୍ଟ ଘରର ବାରଣ୍ଡାରୁ ଏହି ମଇଳା ସଫା କଲେ ପ୍ରାଣି ଚିକିସôା କେନ୍ଦ୍ର ଖୋଲୁଛି । ଏ ଭଳି ଅନେକ ବାର ଘଟୁଥିବାର ଅଭିଯୋଗ ହେଉଛି । ବୁଲାଗୋରୁ, ଷଣ୍ଢ, ଛେଳି, ମେଣ୍ଢା ପ୍ରଭୃତି ଯିବଜନ୍ତୁ ପଶି ପରିବେଶକୁ ନଷ୍ଠ କରୁଛନ୍ତି । ବିଶେଷ କରି ବିଦ୍ୟୁତ ସଂଯୋଗ ହୋଇ ପାରି ନଥିବାରୁ ଏଠାରେ କାର୍ଯ୍ୟ କରିବା ସମ୍ଭବପର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏଠାରେ ନିଯୁକ୍ତ ପ୍ରାଣି ଚିକିସôିକାଙ୍କର ବିଭିନ୍ନ ପ୍ରକାର ସମସ୍ୟା ହେଉଥିବାରୁ ସେ ଅନେକ ସମୟ ଗୋରୁ ମାନଙ୍କର ଚିକିସôା ପାଇଁ ଲୋକଙ୍କ ଘରପାଖକୁ ଚାଲିଯାଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ କର୍ତ୍ତୁପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
ଅବହେଳିତ ଅବସ୍ଥାରେ ମଧୁପୁରଗଡ ପା୍ରଣୀ ଚିକିସôାକେନ୍ଦ୍ର
|
March 10, 2020 |
![](https://sandhannews.com/wp-content/uploads/2018/08/sandhan-222.jpg)