ରାଉରକେଲା, ୧୨/୧୨ (ସନ୍ଧାନ ନିଉଜ) : ସାରନଗରୀ କହିଲେ ସାଧାରଣତଃ ସେକ୍ଟର-୨୨ ଅଂଚଳକୁ ବୁଝାଇ ଥାଏ । ଆରଏସପି କ୍ୱାଟର ଗୁଡିକର ନମ୍ବର ବିଭିନ୍ନ ଛକରେ ପିଲାର ନିର୍ମାଣ କରି ସ୍ପଷ୍ଟ ଭାବରେ ଲେଖାଯାଇଛି, ଯାହା ଫଳରେ କୌଣସି ବ୍ୟକ୍ତି ସହଜରେ କୌଣସି କ୍ୱାଟରକୁ ପହଂଚିପାରିବେ । ମାତ୍ର ବର୍ତମାନ ଏହି ପିଲର୍ ଗୁଡିକ ଅବେହଳିତ ଅବସ୍ଥାରେ ଦେଖିବାକୁ ମିଳୁଛି । କେଉଁ ପିଲର ଗୁଡିକରେ ଲେଖାଯାଇଥିବା ବ୍ଲକ ଓ କ୍ୱାଟର ନଂ ଲିଭି ଗଲାଣି ତ, ପୁଣି କେଉଁଠାରେ ପିଲର ଭାଙ୍ଗି ରୁଜି ଗଲାଣି । ଏପରିକି କେତେକ ପିଲର ଭାଙ୍ଗି ଏହା ଭିତରେ ଥିବା ରଡ୍ ବାହାରକୁ ନଜର ଆସୁଛି । ଏହା ଫଳରେ ସାରନଗରୀକୁ ରାଉରକେଲାର ବିଭିନ୍ନ ଅଂଚଳରୁ ଆସୁଥିବା ବ୍ୟକ୍ତି ମାନେ ଆରଏସପିର କ୍ୱାଟର ନଂ ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । କ୍ୱାଟର ଖୋଜିବାରେ ଅଯଥାରେ ବ୍ୟକ୍ତି ଜଣଙ୍କୁ ସମୟର ମୂଲ୍ୟ ଦେବାକୁ ପଡୁଛି । ଆରଏସପିର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଅବହେଳିତ ଅବସ୍ଥାରେ ଆରଏସପିର କ୍ୱାର୍ଟରମାର୍କିଙ୍ଗ ପିଲର୍
|
December 12, 2019 |


