ଯାଜପୁର ସଦର, : ୧୩/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅରାବଳ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲର ହିନ୍ଦି ଶିକ୍ଷକ ନିତ୍ୟାନନ୍ଦ ଦାଶଙ୍କ ଅବସରକାଳୀନ ସମ୍ବନ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ହରିହର ବିଶ୍ଵାଳ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିବା ବେଳେ ଏହି ସମ୍ବଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କୁଳପତି କୁମର ବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ମା, ମମି, ବୋଉ ଭିତରେ ବହୁ ପାର୍ଥକ୍ୟ ରହିଥିବା ବେଳେ ଏ ଯୁଗର ଛାତ୍ରଛାତ୍ରୀ ମାନେ ଗୁରୁମାନଙ୍କୁ କିପରି ଭାବରେ ଦେଖନ୍ତି ଶ୍ରୀଦାସ ତାଙ୍କ ବକ୍ତବ୍ୟର କହିଥିଲେ । ସମ୍ମାନୀୟ ଅତିଥି ଯାଜପୁର ଜଲ୍ଲାର ଓସ୍ତାର ସଭାପତି ସୁନନ୍ଦ ରାଉତ ଯୋଗ ଦେଇ ବ୍ଲକ୍ ଗ୍ରାଣ୍ଡ ଶିକ୍ଷକ ମାନଙ୍କ ଉପରେ ତାଙ୍କର ବକ୍ତବ୍ୟ ରଖିଥିବା ବେଳେ ଆଜି ଅବସର ନେଉଥିବା ହିନ୍ଦି ଶିକ୍ଷକ ନିତ୍ୟାନନ୍ଦ ଦାଶଙ୍କ ପାଖରେ ଗୋଟିଏ ଟଙ୍କା ନ ଥିବା ବେଳେ ଏ ସରକାରଙ୍କ ବଇମାତୃକ ଭାବ ରହିଥିବା କାରଣରୁ ଦିର୍ଘ ୩୫ ବର୍ଷ ନିତ୍ୟାନନ୍ଦ ଦାଶ ଶିକ୍ଷକତା କରି ଆଜି ଅବସର ନେଉଥିବାରୁ ଶ୍ରୀଦାଶ ବିନା ବେତନରେ ୨୦ ବର୍ଷ ଚାକରି କରିବା ପରେ ସରକାର ବ୍ଲକ୍ ଗ୍ରାଣ୍ଡ ଶିକ୍ଷକ ମାନଙ୍କୁ ମାସିକ ଦରମା ହେଉଥିବା ବେଳେ ଶ୍ରୀ ଦାଶ ଅବସର ନେଉଥିବାରୁ ପେନସନ୍ ନ ଥିବାରୁ ତାଙ୍କ ପରିବାରର ଭରଣ ପୋଷଣ କରିବେ ତାହା ବଡ ଆଶ୍ଚର୍ୟ୍ୟର କଥା ଓସ୍ତାର ସମ୍ପାଦକ ଯୋଗଦେଇଥିବା ବେଳେ ରସୁଲପୁର ଓସ୍ତାର ଶ୍ରୀ ଚାନ୍ଦ ଯୋଗଦାନ କରିଥିଲେ । ଏହି ଅବସର କାଳିନ ସମ୍ବନ୍ଧନା ସଭାରେ ମୁଖ୍ୟ ବକ୍ତା ଭାବେ ଚନ୍ଦ୍ରକାନ୍ତ ମହାନ୍ତି ଯୋଗ ଦେଇ କବିତା ମାଧ୍ୟମରେ ତାଙ୍କ ବକ୍ତବ୍ୟ ରଖିଥିଲେ । ସେହିପରି ବିଭିନ୍ନ ବିଦ୍ୟାଳୟରୁ ଅବସର ନେଇ ଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇ ଶ୍ରୀ ଦାଶଙ୍କ ମହାନୀୟତା ଉପରେ ବକ୍ତବ୍ୟ ରଖିଥିଲେ । ଓସ୍ତାର ଅବସର ପ୍ରାପ୍ତ ଶିକ୍ଷକମାନେ ଯୋଗଦେଇଥିବା ବେଳେ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମାନେ ଅତି ଆପଣାର ଗୁରୁଙ୍କୁ ସମ୍ବନ୍ଧିତ କରିଥିବା ବେଳେ ଶିକ୍ଷା କମିଟି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ବକ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଲେ ସେ ଜଣେ ଭଲ ମଣିଷ ଏବଂ ମେକାନିକ୍ ଭାବରେ ବେଶ ପରିଚିତ ଥିବାବେଳେ ଗ୍ରାମବାସୀମାନଙ୍କ ସାହାଯ୍ୟ ସହ ଯୋଗରେ ସମ୍ବଦ୍ଧନା ସଭା ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ବେହେରା,ପ୍ରସାନ୍ତ ପଣ୍ଡା,ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇଥିବା ବେଳେ ଓସ୍ତାର କାର୍ୟ୍ୟକାରୀ ସମ୍ପାଦକ ମାନେ ଯୋଗଦେଇଥିଲେ । ଅରାବଳ ପଞ୍ଚାୟତର ହାଇସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ ମାନେ ଶ୍ରୀ ଦାଶଙ୍କୁ ବିରାଟ ପଟୁଆରରେ ତାଙ୍କ ବାସଭବନକୁ ନେଇଥିଲେ ।
ଅବସର କାଳିନ ସମ୍ବନ୍ଧନା ସଭା ଅନୁଷ୍ଠିତ
|
April 13, 2026 |



