ଯାଜପୁର, ୨୮/୩ (ସନ୍ଧାନ ନିୟୁଜ/ ଜଗମୋହନ ରାଉତ) : ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାର ଦୈନିକ ପରିବା ବଜାର ନିକଟରୁ ଆଜି ପୂର୍ବାହ୍ନ ୧୦/୪୦ ମିନିଟ ସମୟରେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଜୟ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ଲୁଟ ହୋଇଛି । ଦୁବୃତ୍ତମାନେ ନଗଦ ୬୦ହଜାର ଟଙ୍କା ସହ ଡିକରେ ଥିବା ପରିବାରବର୍ଗଙ୍କ ୪ଟି ଆଧାରକାର୍ଡ,୨ଟି ଏଟିମ କାର୍ଡ,୫ଟି ଡାକ ପାଶବୁକ, ଆର୍ମି କ୍ୟାଣ୍ଟିନ୍ କାର୍ଡ ଆଦି କେତେକ ଦରକାରୀ କାଗଜ ପତ୍ର ଲୁଟ୍ ହୋଇଯାଇଛି । ଏ ନେଇ ମହାପାତ୍ର କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ରଙ୍କ ଘର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ନିକଟସ୍ଥ ଜାଲଶୁଖା ଅଂଚଳରେ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ମହାପାତ୍ର କୁଆଖିଆ ସ୍ଥିତ ରସୁଲପୁର ପୋଷ୍ଟ ଅଫିସରୁ ୬୦ହଜାର ଟଙ୍କା ଉଠାଇ ଘôକୁ ଫେରୁଥିଲେ । ବାଟରେ ପରିବା ବଜାର ନିକଟରେ ସ୍କୁଟିକୁ ଥୋଇ ପରିବା କିଣୁ ଥିବା ସମୟରେ ତାଙ୍କୁ ପିଛା କରୁଥିବା କେହି ଦୁବୃର୍ତ୍ତ ତାଙ୍କ ଡିକି ଭାଙ୍ଗି ଟଙ୍କା ଓ କାଗଜପତ୍ର ଭର୍ତ୍ତି ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ । ପରେ ସେ ଆସି ଘରେ ଡିକି ଖୋଲି ଦେଖିବାରୁ ସେଥିରେ ଟଙ୍କା ଭର୍ତ୍ତି ବ୍ୟାଗ ନଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୋଲିସ ଥାନାରେ କେସ୍ ନଂ-୮୧/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଅବସରପ୍ରାପ୍ତ ସେନାକର୍ମଚାରୀଙ୍କଠାରୁ ଲୁଟ୍, ସ୍କୁଟି ଡିକି ଭାଙ୍ଗି ନଗଦ ୬୦ହଜାର ଟଙ୍କା, କାଗଜପତ୍ର ଲୁଟ୍
|
March 28, 2019 |