ଯାଜପୁର ସଦର, ୦୯ା୦୧(ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ଏଚ୍.ଆର.ଏମ୍ ଏମ୍.ଈ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ଦେଓଙ୍କର ଗତ ତା୦୮-୦୧-୨୦୨୦ ରିଖ ସଂନ୍ଧ୍ୟା ୬ଘ. ୩୯ ମିନିଟ୍ ସମୟରେ ୬୮ ବର୍ଷ ବୟସରେ ଅକାଳ ବିୟୋଗରେ ବ୍ରହ୍ମବରଦା ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଚି । ଆଜି ସମୟ ୮ଘଟିକାରେ ବ୍ରହ୍ମବରଦା ଡିହସାହି ସ୍ଥିତ ବାସଭବନରୁ ତାଙ୍କର ମର ଶରିରକୁ ଏକ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇ ବ୍ରହ୍ମବରଦା ହାଟ ସ୍ଥିତ ଶ୍ମଶାନରେ ଶବ ଦାହ କରାଯାଇଥିଲା । ବରୀ ବିଧାୟୀକା ସୁନନ୍ଦା ଦାସ, ବରୀ ବିଜେଡ଼ି ନେତା ଦେବେନ୍ଦ୍ର ଦାସ, ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ପ୍ରଦିପ ଦାସ, ବ୍ରହ୍ମବରଦା ସରପଞ୍ଚଚ ବିଜୟ ଦାସ, ମେହଶ୍ୱରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଚ ଅକ୍ତର ଅଲ୍ଲୀ, ବ୍ରହ୍ମରବଦା ପଞ୍ଚାୟତର ପୂର୍ବତନ ସରପଞ୍ଚଚ ବିପିନ ବିହାରୀ ଦେଓ, ଜନ୍ମଭୂମୀ ପତି୍ରକାର ସଂପାଦକ ଭିକାରୀ ଚରଣ ବିଶ୍ୱାଳ, ବିଜେଡ଼ି ନେତା ଜୁଲ୍ଲିଫିକରଅଲ୍ଲୀ ଖାଁ, ନିମାଇଁ ଚରଣ ଦାସ, ହରିବନ୍ଧୁ ଗିରୀ, ଅମୂଲ୍ୟ ରାଉତ, ଚିନ୍ତାମଣୀ ରାଉତ, ଶରତ ପାଣ୍ଡେ, ଅବଦୁଲ ଦୟାନ ଖାଁ, ମକବୁଲ ଖାଁ, ପୂର୍ବତନ ଶିକ୍ଷକ ଆଲ୍ଲାଉଦ୍ଦିନ ଖାଁ, ଅର୍ଥଙ୍ଗା ସରପଞ୍ଚଚ ସୂର୍ଯ୍ୟମଣି ବେହେରା, ମଙ୍ଗରାଜପୁର ସରପଞ୍ଚଚଙ୍କ ପ୍ରତିନିଧି ବିଜେଡ଼ି ନେତା ପ୍ରଫୁଲ୍ଲ ଗିରୀ, ପ୍ରଶାନ୍ତ ବଳ, ଅତୁଲ୍ୟ ରାଉତ, ହିମାଂଶୁ ରାଉତ, ପୂର୍ବତନ ସରପଞ୍ଚଚ ମଦନ ମଲ୍ଲିକ, କୁଳମଣି ବିଶ୍ୱାଳ, ପରମାନନ୍ଦ ସାହୁ, କାଶିନାଥ ବେହେରା ସମେତ ବହୁ ବିଶିଷ୍ଟ ବ୍ୟକ୍ତ ଶବ ଶୋଭାଯାତ୍ରାରେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ । ବ୍ରହ୍ମବରଦା ଏଚ୍.ଆର.ଏମ୍ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଦୁଇ ମିନିଟ୍ର ନିରବ ପ୍ରାର୍ଥନା କରି ରବି ସାର୍ଙ୍କ ଉଦେ୍ଦ୍ୟଶରେ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ସି.ଆର.ସି ଦେବରଂଜନ ମିଶ୍ର, ପ୍ରଧାନ ଶିକ୍ଷକ ବିରକିଶୋର ସାମଲ ସହିତ ସମସ୍ତ ଶିକ୍ଷକ ଶୋକ ବ୍ୟକ୍ତ କରିଥିଲେ । ତାଙ୍କ ମୃତୁ୍ୟ ସମୟରେ ନିକଟରେ ତିନି ପୁତ୍ର ରାକେଶ, ରୁପେଶ, ରାଜେଶ ତିନି ବୋହୁ ଦୁଇ ଝୀଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ । ମିଝିଅାଁ ପୁଅ ରୁପେଶ ମୁଖାଗ୍ନୀ ଦେଇଥିଲେ ।
ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ନାଥ ଦେଓଙ୍କର ଅକାଳ ବିୟୋଗ
|
January 9, 2020 |



