ବଡଚଣା,୨୪/୨/୨୦ (ସନ୍ଧାନ ନିଉଜ) : କମ୍ରେଡ ଈଶ୍ୱର ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ନିଶିମଳା ଗ୍ରାମରେ ଗତ କାଲି ପୂର୍ବତନ ଶିକ୍ଷକ ତଥା କମ୍ୟୁନିଷ୍ଟ ନେତା ନିରୋଦ ଖିଲାରଙ୍କ ମୃତ୍ୟୁରେ ସମ୍ମାନ ଜଣାଇ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଆଲୋଚକ ମାନେ ଯେତିକି ଶ୍ରଦ୍ଧାଞ୍ଜଳି କରିନଥିଲେ, ତାଠାରୁ ଅଧିକ ନିରୋଦ ବାବୁଙ୍କ ରାଜନୈତିକ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସଭାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାମପନ୍ତୀ ଆଦର୍ଶ ଓ ପୂର୍ବତନ ସାମାଜିକ ବିଚାର ସଂପର୍କରେ ଆଲୋଚକ ମାନେ ଅଧିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ନିରୋଦ ବାବୁ ଓ ତାଙ୍କ ଜନ୍ମ ସ୍ଥାନ ନିଶିମଳା ଗ୍ରାମ କମ୍ୟୁନିଷ୍ଟ ଆଦର୍ଶରେ ରହିଥିବାରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଥମେ ବରିଷ୍ଠ କମ୍ୟୁନି୍େଟ ନେତା ଦିବାକର ବିଶ୍ୱାଳ ତତ୍ୱ ଭିତ୍ତିକ ବାଖ୍ୟା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ, ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସ ସଂସ୍କୃତି ବିଭାଗ ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଅଧ୍ୟାପକ ରମେଶ ଚନ୍ଦ୍ର ସଂହ, ଡ ଭାଗ୍ୟଧର ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ସ୍ୱାଇଁ, ସରପଞ୍ଚ ଚାଚାଲିନ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ବିଜେପି ନେତା କ୍ଷୀରୋଦ ମାହାଲା, ସୁନାକର ସାହୁ, କରୁଣାକର ମହାରଣା, ଭାସ୍କର ସେଠୀ, ସୁବାଷ ବେହେରା, ଦେବରାଜ ବେହେରା, ସାମ୍ବାଦିକ ମହେଶ୍ୱର ବଳ, ନିରଂଜନ ବିଶ୍ୱାଳ, ଗଣେଶ୍ୱର ବରାଳ, ସାମ୍ବାଦିକ ଶିବରାମ ସାହୁ, ଓଷ୍ଟା ସଂପାଦକ ବ୍ରଜକିଶୋର ବିଶ୍ୱାଳ, ଶିଡକ୍ଷକ ନେତା ଯତୀନ୍ଦ୍ର ଜେନା, ପୂଚାରାଣୀ ଖିଲାର, ରଂଜନ ଜେନା ପ୍ରମୁଖ ଭାଷଣ ଦେଇ ସାମଜିକ ଚିତ୍ର ଓ ଏଥିରେ ଆଦର୍ଶନୀୟ ବ୍ୟକ୍ତିଙ୍କ ସଂପର୍କରେ ପ୍ରାୟତଃ ଆଲୋଚନା କରିଥିଲେ । ସାନଭାଇ ମୋହନ ଖରଲାର ସୂଚନା ପ୍ରାତମ୍ଭିକ ଦେଇଥିଲେ । ଯୁଧିଷ୍ଟିର ସାହୁ ଏକ ତତ୍ୱଭିତ୍ତିକ କବିତା ପାଠ କରିଥିଲେ । ସ୍ମୃତି ନୈକା ଶୀର୍ଷକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ସାନଭାଇ ବୀରବର ପଦ୍ମଲାଭ ପୁରୁତା ସୁନି ଅମା ଅଞ୍ଜନା ବିନ୍ଦୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଶେଷରେ ସୁରେଶ ଖିଲାର ଧନ୍ୟବାଦ ଦେଇଥିଲେ ।
ଅବସରପ୍ରାପ୍ତ ଶିକ୍ଷକ କମ୍ରେଡ ନିରୋଧ ଖରଲାରଙ୍କ ଶ୍ରଦ୍ଧାଞ୍ଜଳି ସଭା
|
February 24, 2020 |