ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲକ୍ଷେ ଟଙ୍କା ଲୁଟିନେଲେ ଦୁର୍ବତ୍ତ

Spread the love

କରଞ୍ଜିଆ ଗୋଲେଇସିଙ୍ଗଡ଼ା, 30/10 (ସନ୍ଧାନ ନ୍ୟୁଜ୍) ;- ଗୁରୁବାର ମଧ୍ୟାହ୍ନରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲକ୍ଷେ ଟଙ୍କା ଲୁଟିନେଇଛନ୍ତି ଦୁଇ ଲୁଟେରା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଡ଼ାଗାଗୁରି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରୋହିଣା ମହାନ୍ତ (୮୧) ନିଜ ପାସ୍‌ବୁକ୍‌ରେ କିଛି ମାସ ଧରି ଜମା ହୋଇଥିବା ପେସନ୍ ୧ ଲକ୍ଷ ଟଙ୍କା ଉଠାଇବା ପାଇଁ କାଶୀନାଥ ମହାନ୍ତିଙ୍କ ସହ ଷ୍ଟେଟ୍ ବ୍ୟାଙ୍କ କରଞ୍ଜିଆ ଶାଖାକୁ ଆସିଥିଲେ। ଦିନ ପ୍ରାୟ ୧୨ଟା ବେଳେ ସେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ତାକୁ ବାଇକ୍‌ ଡିକିରେ ରଖିଥିଲେ। ପରେ ନିକଟସ୍ଥ ନେତାଜୀ ଛକ ଦୋକାନ ପାଖରେ କିଛି ଜିନିଷ କିଣିବା ପାଇଁ ସେମାନେ ଅଟକିଥିବା ବେଳେ ଦୁଇଜଣ ଯୁବକ ଏକ ପଲ୍‌ସର ବାଇକ୍ ଯୋଗେ ସେଠାରେ ପହଞ୍ଚିଥିଲେ। କିଛି ବୁଝିବା ପୂର୍ବରୁ ଜଣେ ଯୁବକ କୌଶଳ କ୍ରମେ ମୋଟରସାଇକେଲ୍ ଡିକି ଭାଙ୍ଗି ସବୁତକ ଟଙ୍କା ନେଇ ଯାଇଥିଲା । ଦେଖୁ ଦେଖୁ ଦୁହେଁ ସେଠାରୁ ଚମ୍ପଟ ମାରିଥିଲେ । ରୋହିଣା ପାଟି କରିଥିଲେ ବି ଦୁର୍ବୃତ୍ତମାନଙ୍କୁ ଧରିବା ସମ୍ଭବ ହୋଇନଥିଲା। ଘଟଣା ସଂପର୍କରେ ରୋହିଣା କରଞ୍ଜିଆ ଥାନାରେ ଏତଲା ଦେଇଛନ୍ତି। ଦୁର୍ବୃତ୍ତମାନେ ଖୁବ୍‌ଶୀଘ୍ର ଧରାପଡ଼ିବେ ବୋଲି ଥାନା ଅଧିକାରୀ ସରୋଜିନୀ ସିଂ କହିଛନ୍ତି ।

Related Posts

About The Author

Add Comment