ଚଣ୍ଡିଖୋଲ, ୧୫/୧୦(ସନ୍ଧାନ ନିୟୁଜ) ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ ୮୯ଜନ୍ମ ଜୟନ୍ତୀ ପ୍ରାୟାସ ପକ୍ଷରୁ ନିରାଡମ୍ବର ସହ ପାଳିତ ହୋଇଯାଇଛି । ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବହଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ପ୍ରଦୀପ ପଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ନିଜ ବକ୍ତବ୍ୟରେ ଅବଦୁଲ କଲାମଙ୍କ ନିଷ୍ଠାପର କାର୍ଯ୍ୟ ଏବଂ ସମସ୍ତଙ୍କୁ ଭଲପାଇବା, ସାଧରଣ ଜନତାଙ୍କ ସହିତ ମିଶିବା ଏହାକୁ ପ୍ରତିବର୍ଷ ପାଳନ କରୁଥିବା ପ୍ରୟାସ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବରେ ଭୁଷଣ୍ଡପୁର ଗ୍ରାମ ପଂଚାୟତର ସରପଂଚ ଯଯାତିକେଶରୀ ରାଉତ, ଚଣ୍ଡିଖୋଲ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ ମଲ୍ଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କଲାମଙ୍କ ବହୁମୁଖୀ ଗୁଣ ଉପରେ ଆଲୋଚନା କରିଥିଲେ । ଆଦିର ଯୁଗରେ କଲାମଙ୍କ ଆଦର୍ଶକୁ ଅନୁପ୍ରାଣୀତ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ମଧ୍ୟରେ ସାମ୍ବାଦିକ ମହେଶ୍ୱର ବଳ, ଶିବରାମ ସାହୁ, ପ୍ରସନ୍ନ ରାଉତ, ମୋହନ ଖିଲାର, ପ୍ରମୋଦ ଜେନା, ସେକ ସବିର, ପୂର୍ବତନ ସମିତିସଭ୍ୟ ନିରଞ୍ଜନ ସେନାପତି, ପଂଚାନନ ଧଳ, ଶାରଦା ପ୍ରସନ୍ନ ମହାନ୍ତି, ଯତିନ୍ଦ୍ର ପ୍ରସାଦ ନାୟକ, ଜଗନ୍ନାଥ ମୁଦୁଲି, ବିଶ୍ୱଜିତ ଖିଲାର, ମୋହନ ମହାରଣା, ଅଭିମନୁ୍ୟ ଧଳ ପ୍ରମୁଖ କଲାମଙ୍କ ଫୋଟଛିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରିବା ସହିତ ତାଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱର୍ଗତ କଲାମ, ସେକ ମତଲୁବ ଅଲ୍ଲୀ, ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ଆତ୍ମାର ସଦଗତି କାମନା ପାଇଁ ନିରବ ପାର୍ଥନା କରାଯାଇଥିବା ବେଳେ ଉଲ୍ଲଖଦୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ବିଣାପାଣି ସେଠୀ, ଶରଦା ପ୍ରସନ୍ନ ସାହୁଙ୍କ ଅନୁଷ୍ଠାନ ପକ୍ଷରୁ ମାନପତ୍ର,ଉତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ଭକ୍ତ ଚରଣ ସାହୁୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଭାରତ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାକୁ ମକରଧ୍ୱଜ ଦାସ, ପ୍ରତାପ ଗୋଚ୍ଛାୟତ, ମାନସ କୁମାର ରାଉତ, ବିଶ୍ୱରଂଜନ ସ୍ୱାଇଁ, ଭବତୋଷ ବିଶ୍ୱାଳ,ପ୍ରଦୀପ୍ତ ପ୍ରଧାନ, ବିଶ୍ୱଜିତ ବରାଳ, ସୁଶାନ୍ତ ନାୟକ, ବସନ୍ତ ପଲେଇ, ଦିଲ୍ଲିପ ସାହୁ, ହେମଶ ଜେନା, ଅମୀୟ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସୁରେନ୍ଦ୍ର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।
ଅବଦୁଲ କଲାମଙ୍କ ଭଳି ନିଷ୍ଠାର ସହ କାର୍ଯ୍ୟ କରିବା ଆବଶ୍ୟକ: ଅମର ଶତପଥୀ; ପ୍ରୟାସ ପକ୍ଷରୁ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ
|
October 16, 2020 |


