ରାଜଗାଙ୍ଗପୁର, ୨୮/୦୭/୨୦ (ସନ୍ଧାନ ନିଉଜ) : ଅବକାରୀ ବିଭାଗର ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗତ ରାତି ଆଠଟା ସମୟରେ କୁତ୍ରା ନିକଟସ୍ଥ ଅଗ୍ନିଶମ ବିଭାଗ ନିକଟରେ ଯାଉଥିବା ଗୋଟିଏ ଚୋରାମଦ ଗାଡି ଉପରେ ଚଢଉ କରି ବ୍ୟପକ ମଦ ସହ ଏକ ଟାଟା ଏସ ଗାଡି ଓ ୨ ଜଣ ଙ୍କୁ ଗିରଫ କରିଛନ୍ତି ।
କରୋନା ମହାମାରୀ ସମୟରେ ଦେଶୀ ମଦର ଚୋରା କାରବାର ସ୍ଥାନୀୟ ଅଞ୍ଚଳରେ ଜୋର ସୋରରେ ଚାଲିଥିବା ବେଳେ ଗତ ରାତି ରେ ସ୍ଥାନୀୟ ଡୁଡି ଅଞ୍ଚଳରୁରୁ ଏକ ଟାଟା ଏସ ଗାଡ଼ିରେ ଚୋରାମଦ ଗଡ଼ପୋଷ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇ ରାଜଗାଙ୍ଗପୁର ଅବକାରୀ ବିଭାଗର ସବ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ଭୋଇ, ଝସକେତନ ବରିହା ଓ ତାଙ୍କ ଟିମ୍ ସହକାରୀ ଅଧିକାରୀ ଅଶୋକ କୁମାର ପଟେଲ ,ପ୍ରଶାନ୍ତ କୁମାର ପତି, ଚନ୍ଦ୍ର ଶେଖର ଖଣ୍ଡା ସୂର୍ଯ୍ୟକାନ୍ତ ସ୍ୱାଇଁ , ଶ୍ରୀନିବାସ ବିଶୋଇ , ସଞ୍ଜୟ ଅମାତ ପ୍ରମୁଖ ଚଢଉ କରି ଗୋଟିଏ ଗାଡି ସହ ୨ ଜଣଙ୍କୁ ଗିରଫ କରି ପଚାରଉଚରା ଚଳାଇଛନ୍ତି ।ଗିରଫ ହୋଇଥିବା ଦୁଇ ଜଣ କୁତ୍ରା ଥାନା ଅନ୍ତର୍ଗତ ତେଲିଘନା ଗ୍ରାମର ଗୌରବ ତିର୍କୀ (୨୩) ଏବଂ ଅନ୍ୟ ଜଣେ ହେଲେ ବିକିତ ସାହୁ(୨୩) । ଏମାନଙ୍କ ଠାରୁ ୫ଟି ବଡ଼ ଟ୍ୟୁବ ରେ ୩୪୦ ଲିଟର ଦେଶୀ ଚୋରା ମଦ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଉପାନ୍ତ ଗ୍ରାମରେ ଚୋରା ମଦ ରନ୍ଧା ହୋଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ଅବକାରୀ ବିଭାଗର ଅଧୀକ୍ଷକ ଲକ୍ଷ୍ମୀଧର ପରିଡାଙ୍କ ନିର୍ଦ୍ଧେଶ କ୍ରମେ ଏହିଭଳି ଚଢଉ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗର ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।