ସୁନ୍ଦରଗଡ ତା:୧୫/୧/୨୦୨୬(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ନୂତନ ବର୍ଷ ଆଗମନରେ ଦେଶୀ ସହିତ ବିଦେଶୀ ମଦର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହି କ୍ରମରେ ଝାଡ଼ଖଣ୍ଡ ସହିତ ଓଡ଼ିଶାର ସୀମାନ୍ତ ଅଞ୍ଚଳର ବିଶେଷ ମଦର ଚଳଚଞ୍ଚଲ୍ ଦେଖିବାକୁ ମିଳିଥିଲା ଯାହା ସୂତ୍ରରୁ ଜଣାପଡିଛି । ବିଦେଶୀ ମଦର ଆଶର ଜମି ଥିବା ଅବକାରୀ ବିଭାଗ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ସିଦ୍ଧେଶ୍ୱର ବେଶ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଡି.ଏସ .ଇ ପ୍ରମୋଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସବଡେଗା ଡି.ଏସ .ଆଇ ସୁଶିଲ କୁମାର ମିଶ୍ର, ତାଙ୍କ ସହକାରୀ ରଜନୀକାନ୍ତ ବେହେରା,ଗାୟତ୍ରୀ ସା ଲୁଲକିଡିହି ରେ ଚଢାଉ କରିଥିଲେ । ଛଡାଉ ସମୟରେ ଲୁଲକିଡିହି ଗ୍ରାମର ସ୍ଵସ୍ତିକ ଟପୋ ଙ୍କ ଘରେ ଝାରଖଣ୍ଡ ର ବିଦେଶୀ ମଦ ମିଳିଥିଲା । ଅଭିଯୁକ୍ତ ଙ୍କ ଘରୁ ୧୧ଲିଟର ୬୦୦ଗ୍ରାମର ୫୮ ଗୋଟି ୨୦୦ ଗ୍ରାମର ବିଦେଶୀ ଛୋଟ ଝାରଖଣ୍ଡ ର ମଦ ବୋତଲ ଜବତ କରାଯାଇଥିଲା । ଏଥିରେ ଅଞ୍ଚଳ ରେ ସାଧୁବାଦ ହେଉଥିବା ଜଣାପଡିଛି ।
ଅବକାରୀ ବିଭାଗର ଆତର୍କିତ ଚଢାଉ,୧୧ ଲିଟର ୬୦୦ଗ୍ରାମ ବିଦେଶୀ ମଦ ଜବତ
|
January 15, 2026 |



