ଅପେକ୍ଷାର ଅନ୍ତ: ବଢିବ ଆଖଣ୍ଡଳମଣି ମନ୍ଦିର ର ସୌନ୍ଦର୍ଯ୍ୟ

Spread the love
ଚାନ୍ଦବାଲି, 21/10 ( ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକର ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟରେ ଏକ ସର୍ବପୁରାତନ ଶୈବପୀଠ  ଭାବେ ପରିଚିତ । ଏହି ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ ହେଲେ ରାଜ୍ୟ ପ୍ରତ୍ନତ୍ୱତ ବିଭାଗର ଅଣଦେଖା ପାଇଁ ମନ୍ଦିର ଶୋଭା ନଷ୍ଠ ହେବାକୁ ବସିଛି । ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଠି ତାର ଫଟୋ ଚିତ୍ର ଥିଲା ଅଲଗା। ପୀଠରେ ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ପୁଣି ପାନୀୟ ଜଳର ବ୍ୟବସ୍ଥା ଥିଲା ଅତ୍ୟନ୍ତ ନିନ୍ଦନୀୟ। ଲଗାଣ ବର୍ଷା ରେ ବାବା ଜଳ ରେ ବୁଡି ରହିଥାନ୍ତି। ବିଦ୍ୟୁତ୍ ର ସମସ୍ୟା କହିଲେ ନସରେ। ପବନ ବିହୀନ ବର୍ଷା ଦିନରେ ମଧ୍ୟ ବିଦ୍ୟୁତ୍ ବ୍ୟାହତ ଘଟିଥାଏ ପୁଣି ମରାମତି ହୁଏ ଦୁଇ ଦିନ ପରେ । ଯେଉଁଥି ପାଇଁ ଭକ୍ତ ଙ୍କ ର ଆଗମନ କୁ ଖୁବ୍ ପ୍ରଭାବିତ କରିଥାଏ।
କିନ୍ତୁ ପ୍ରାୟ ଯୁଗ ଯୁଗ ଧରି ରହି ଆସିଥିବା ସମସ୍ୟାଗୁଡ଼ିକ ର ଅନ୍ତ ଘଟିବାକୁ ଯାଉଛି। ସୂଚନା ଅନୁଯାୟୀ ଦୀର୍ଘ ପଚାଶ ବର୍ଷ ହେବ ପୀଠରେ ମାଷ୍ଟର ପ୍ଲାନ୍ ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ କେତେବେଳେ ଅର୍ଥ ବାଧକ ସାଜିଥିଲା ତ କେତେେ ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ବିରୋଧ।
          ହେଲେ ଏବେ ରାଜ୍ୟ ସରକାର ଙ୍କ ପକ୍ଷରୁ ମାଷ୍ଟର ପ୍ଲାନ୍ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର ହେବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଙ୍କୁ ନିର୍ଦ୍ଦେଶ ଦିଆ ଯିବା ପରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଙ୍କ ପରାମର୍ଶ କ୍ରମେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟ ର ୧୪୪ ଧାରା ଯାରିକରି ମନ୍ଦିର ବେଢ଼ା ଭିତରେ ଓ ବାହାରେ ମୋଟ୍ ୧୯ ଟି ଭୋଗ ଦୋକାନ ସହ ଅନା ଦୋକାନ ଗୁଡ଼ିକ ଉଛେଦ କରାଯାଇଛି।
ଏହି ଯୋଜନାରେ ମନ୍ଦିର ପରିସର ସହ, ପୁଷ୍କରଣି, ଶ୍ରାବଣୀ ମନ୍ଦିର, ଯଜ୍ଞ ମଣ୍ଡପ ଗୁଡ଼ିକ ର ସୋନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି।

Related Posts

About The Author

Add Comment