ଜେନାପୁର, ୧୧/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ସାରା ରାଜ୍ୟରେ କରୋନାର ଭୟା ବହତାକୁ ଆଖି ଆଗରେ ରଖି ଏହା କିପରି ସଂକ୍ରମିତ ନହେବ ସେଥିପାଇଁ ଲକ ଡ଼ାଉନ୍ ଘୋଷଣା କରାଯାଇଛି। ଫଳରେ ଅନେକ ଦିନ ମଜୁରିଆ,ଖଟିଖିଆ ଲୋକ ଏବେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ।ଫଳରେ ଖାଦ୍ୟ ପଦାର୍ଥ ସଂଗ୍ରହ କରିବା କଷ୍ଟକର ହୋଇପଡିଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ଗ୍ରାମ ପଞ୍ଚାୟତର ଅପହଞ୍ଚ ଆଦିବାସୀ ବସ୍ତି ହନୁଆ ଓ ପଡୋଶୀ ଜିଲ୍ଲା ଢେଙ୍କାନାଳର ଅସନ ବାହାଳି ଗ୍ରାମରେ ଏବଂ ତାର ଆଖ ପାଖ ଗ୍ରାମ ମାନଙ୍କରେ ପ୍ରାୟ ୧୩୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବାସ କରନ୍ତି ।ଏଠାକାର ଲୋକେ କଳ କାରଖାନା ପାହାଡ଼ ଓ କ୍ରସରରେ ମଜୁରୀ ଲାଗି ଚଳୁଛନ୍ତି । ଦିନେ ମୁଲ ଲାଗିବାକୁ ନ ଗଲେ ଚୁଲି ଜଳେ ନାହିଁ ।ଏ ପରିସ୍ଥିତିରେ କରୋନା କଟକଣା ଏମାନଙ୍କ ମୁହଁରୁ ଆହାର ଛଡାଇ ନେଇ ଯାଇଛି ପିଲାଙ୍କ ମୁହଁରେ ଦାନ ମୁଠାଏ ଦବାକୁ ଘରୁ ଗୋଡ଼ କାଢି ପାରୁ ନାହାଁନ୍ତି ଲୋକେ ।ଲକ ଡାଉନ୍ ଘୋଷଣା ହେବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଅଭାବୀ ଓ ଭୋକିଲା ଲୋକଙ୍କ ପାଖରେ କୋଉଠିନା କୋଉଠି ପ୍ରତ୍ୟେକ ଦିନ ଅନବରତ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ,ବ୍ରାହ୍ମଣି ସେବା ସଂଘ ,ସାତ ମୌଜା ସଂ।ସ୍କୃତିକପରିଷଦ ,ନେତାଜୀ ସାମ୍ବାଦିକ ସଙ୍ଘ, ସଚେତନ ନାଗରିକ ମଞ୍ଚ ସଦସ୍ୟ ମାନେ ବସ୍ତିରେ ପହଞ୍ଚି ଥାନ୍ତି ।ସେମାନଙ୍କୁ କରୋନା ସମ୍ବନ୍ଧରେ ସଚେତନତା କରିବା ସହିତ ସେମାନେ ଏହି ଦୁର୍ଦ୍ଦିନରେ କିପରି ଭାବରେ ନିଜର ଜୀବିକା ନିର୍ବାହ କରୁଛନ୍ତି ତାହାର ତଦାରଖ କରିବା ସହିତ ବ୍ରହ୍ମଣୀ ସେବା ସଂଘ ସେମାନଙ୍କ ପ୍ରତ୍ୟେକ ପରିବାରକୁ ଶୁଖିଲା ଖାଦ୍ୟ ଚୁଡା ,ଚିନି,ବିସ୍କୁଟ ,ପାଉଁରୁଟି ,ଡାଲି ,ଚାଉଳ ,ଆଳୁ ,ତେଲ ,ସାବୁନ ଦୁଇ ପ୍ୟାକେଜ ଲେଖା ଯୋଗାଇ ଦେଇଥିଲେ । ଏଥିରେ ବ୍ରହ୍ମଣୀ ସେବା ସଂଘର ସଦସ୍ୟ ମାନେ ହେଲେ ବସନ୍ତ କୁମାର ଦାସ, ରାଜ କୁମାର ରାଉତ, ଯୁଧିଷ୍ଠିର ପ୍ରଧାନ, ଅଟଳ ବିହାରୀ ପରିଡ଼ା, କାବୁଲି ମଲ୍ଲିକ, ନୀଳ ମଣି ସାହୁ, ପ୍ରକାଶ ନାୟକ, ଶତ୍ରୁଘ୍ନ ବାଉଳ,କାଙ୍ଗାଳୀ ବେହେରା,ଦାମୋଦର ଦାସ,ସଚ୍ଚିଦାନନ୍ଦ ଦାସ ଓ ନେତାଜୀ ସାମ୍ବାଦିକ ସଙ୍ଘ ଏବଂ ସଚେତନ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।ଅପହଞ୍ଚ ଜାଗାରେ ପହଞ୍ଚିଲା ବ୍ରହ୍ମଣୀ ସେବାସଙ୍ଘ ଓ ଜେନାପୁର ପୋଲିସ
|
April 12, 2020 |

ଜେନାପୁର, ୧୧/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ସାରା ରାଜ୍ୟରେ କରୋନାର ଭୟା ବହତାକୁ ଆଖି ଆଗରେ ରଖି ଏହା କିପରି ସଂକ୍ରମିତ ନହେବ ସେଥିପାଇଁ ଲକ ଡ଼ାଉନ୍ ଘୋଷଣା କରାଯାଇଛି। ଫଳରେ ଅନେକ ଦିନ ମଜୁରିଆ,ଖଟିଖିଆ ଲୋକ ଏବେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ।ଫଳରେ ଖାଦ୍ୟ ପଦାର୍ଥ ସଂଗ୍ରହ କରିବା କଷ୍ଟକର ହୋଇପଡିଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ଗ୍ରାମ ପଞ୍ଚାୟତର ଅପହଞ୍ଚ ଆଦିବାସୀ ବସ୍ତି ହନୁଆ ଓ ପଡୋଶୀ ଜିଲ୍ଲା ଢେଙ୍କାନାଳର ଅସନ ବାହାଳି ଗ୍ରାମରେ ଏବଂ ତାର ଆଖ ପାଖ ଗ୍ରାମ ମାନଙ୍କରେ ପ୍ରାୟ ୧୩୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବାସ କରନ୍ତି ।ଏଠାକାର ଲୋକେ କଳ କାରଖାନା ପାହାଡ଼ ଓ କ୍ରସରରେ ମଜୁରୀ ଲାଗି ଚଳୁଛନ୍ତି । ଦିନେ ମୁଲ ଲାଗିବାକୁ ନ ଗଲେ ଚୁଲି ଜଳେ ନାହିଁ ।ଏ ପରିସ୍ଥିତିରେ କରୋନା କଟକଣା ଏମାନଙ୍କ ମୁହଁରୁ ଆହାର ଛଡାଇ ନେଇ ଯାଇଛି ପିଲାଙ୍କ ମୁହଁରେ ଦାନ ମୁଠାଏ ଦବାକୁ ଘରୁ ଗୋଡ଼ କାଢି ପାରୁ ନାହାଁନ୍ତି ଲୋକେ ।ଲକ ଡାଉନ୍ ଘୋଷଣା ହେବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଅଭାବୀ ଓ ଭୋକିଲା ଲୋକଙ୍କ ପାଖରେ କୋଉଠିନା କୋଉଠି ପ୍ରତ୍ୟେକ ଦିନ ଅନବରତ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ,ବ୍ରାହ୍ମଣି ସେବା ସଂଘ ,ସାତ ମୌଜା ସଂ।ସ୍କୃତିକପରିଷଦ ,ନେତାଜୀ ସାମ୍ବାଦିକ ସଙ୍ଘ, ସଚେତନ ନାଗରିକ ମଞ୍ଚ ସଦସ୍ୟ ମାନେ ବସ୍ତିରେ ପହଞ୍ଚି ଥାନ୍ତି ।ସେମାନଙ୍କୁ କରୋନା ସମ୍ବନ୍ଧରେ ସଚେତନତା କରିବା ସହିତ ସେମାନେ ଏହି ଦୁର୍ଦ୍ଦିନରେ କିପରି ଭାବରେ ନିଜର ଜୀବିକା ନିର୍ବାହ କରୁଛନ୍ତି ତାହାର ତଦାରଖ କରିବା ସହିତ ବ୍ରହ୍ମଣୀ ସେବା ସଂଘ ସେମାନଙ୍କ ପ୍ରତ୍ୟେକ ପରିବାରକୁ ଶୁଖିଲା ଖାଦ୍ୟ ଚୁଡା ,ଚିନି,ବିସ୍କୁଟ ,ପାଉଁରୁଟି ,ଡାଲି ,ଚାଉଳ ,ଆଳୁ ,ତେଲ ,ସାବୁନ ଦୁଇ ପ୍ୟାକେଜ ଲେଖା ଯୋଗାଇ ଦେଇଥିଲେ । ଏଥିରେ ବ୍ରହ୍ମଣୀ ସେବା ସଂଘର ସଦସ୍ୟ ମାନେ ହେଲେ ବସନ୍ତ କୁମାର ଦାସ, ରାଜ କୁମାର ରାଉତ, ଯୁଧିଷ୍ଠିର ପ୍ରଧାନ, ଅଟଳ ବିହାରୀ ପରିଡ଼ା, କାବୁଲି ମଲ୍ଲିକ, ନୀଳ ମଣି ସାହୁ, ପ୍ରକାଶ ନାୟକ, ଶତ୍ରୁଘ୍ନ ବାଉଳ,କାଙ୍ଗାଳୀ ବେହେରା,ଦାମୋଦର ଦାସ,ସଚ୍ଚିଦାନନ୍ଦ ଦାସ ଓ ନେତାଜୀ ସାମ୍ବାଦିକ ସଙ୍ଘ ଏବଂ ସଚେତନ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

