ଅପରାଜିତାଙ୍କ ଜୋରଦାର ପ୍ରଚାର ଆରମ୍ଭ

Spread the love

ଭୁବନେଶ୍ୱର ୨୭/୩ (ସନ୍ଧାନ ନିୟୁଜ) ; ଜୋରଦାର ପ୍ରଚାର ଆରମ୍ଭ ହୋଇଛି ଭୁବନେଶ୍ୱର ଲୋକସଭା ଆସନରେ । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ପଟୁଆର କରି ଆରମ୍ଭ କରିଛନ୍ତିି ପ୍ରଚାର ଅଭିଯାନ । ସୋମବାର ସକାଳୁ ସକାଳୁ ମନ୍ଦିରରେ ପୂଜାଚ୍ଚନା କରି ସମର୍ଥକଙ୍କ ସହ ମିଶି ମନ୍ଦିର ଯାଇ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିବାପରେ ମହା ଆଡମ୍ବରରେ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିଛନ୍ତି ପ୍ରଚାର । ଅପରାଜିତାଙ୍କ ସହ ଏକାମ୍ର ଆସନର ବିଜେପି ପ୍ରାର୍ଥୀ ବାବୁ ସିଂହ ମଧ୍ୟ ସାମିଲ ହୋଇଥିଲେ । ଘରକୁ ଘର ବୁଲି ଲୋକଙ୍କୁ ଅସୁବିଧା ସୁବିଧା ପଚାରି ବୁଝିବା ସହିତ ଭୋଟ ଭିକ୍ଷା କରିଥିଲେ ଅପରାଜିତା ।

ନିକଟରେ ପ୍ରଶାସନିକାରୁ ଇସ୍ତଫା ଦେଇ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ରାଜ୍ୟରେ ପ୍ରଶାସନିକ ଅଧିକାରୀ ଥିବା ବେଳେ ତାଙ୍କର ବହୁତ ନାଁ ଥିଲା । ଶେଷରେ ସେ ଲୋକଙ୍କ ସେବା କରିବା ପାଇଁ ରାଜନୀତି ମଇଦାନ ଓହ୍ଲାଇଥିଲେ । ଏବଂ ବିଜେପି ତାଙ୍କ ଉପରେ ଭରଷା କରି ଭୁବନେଶ୍ୱର ଲୋକସଭା ଆସନରେ ଟିକେଟ ଦେଇଛି । କପିଳେଶ୍ବର ମନ୍ଦିରକୁ ରାସ୍ତା, ପାନୀୟ ଜଳ ର ବ୍ୟବସ୍ଥା, ସିଟି ବସ ଚଳାଚଳ କରିବାକୁ ଦାବି କରିଛନ୍ତି। ଏଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ହାସଲ କରିବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥିୀନୀ ଅପରାଜିତା ଷଢଙ୍ଗୀ।ପୁରୁଣା ଭୁବନେଶ୍ବର ଅଞ୍ଚଳର ପାଣି ସମସ୍ୟା, ରାସ୍ତା, ସ୍ବାସ୍ଥ୍ୟ, ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥାକୁ ମୁଦ୍ଦା କରିଛି।

Related Posts

About The Author

Add Comment