ଅନ୍ୱେଷାର ୪୪ତମ ମାସିକିଆ ମାଗଣା ହାଟ ସମ୍ପନ୍ନ

Spread the love

ରାଉରକେଲା ୨୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଇସ୍ପାତ ନଗରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷାର ୪୪ତମ ମାସିକିଆ ମାଗଣା ହାଟ ସେକ୍ଟର-୨୦ ନେହେରୁପାଲ୍ଲୀ ସ୍ଥିତ ଗୋଏଲ ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷା ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମାଗଣା ହାଟରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ବିଦ୍ୟାଳୟକୁ ଅନୁଷ୍ଠାନ ତରଫରୁ ଛତା ଓ ବର୍ଷାତି ଦିଆଯାଇଥିବା ବେଳେ ନେହେରୁପାଲ୍ଲୀ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ପୋଷାକପତ୍ର, ଛତା, ଘରୋଇ ସାମଗ୍ରୀ, ଯୋତା, ଖେଳନା ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଏହାଦ୍ୱାରା ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ସୂଚାଉଥିବା କହିଥିଲେ । ନେହେରୁପାଲ୍ଲୀ ବାସିନ୍ଦାଙ୍କ ସହ ଅନ୍ୱେଷା କର୍ମକର୍ତ୍ତାମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ଶତପଥୀ, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଆଦର୍ଶ ପାଠାଗାର ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଶାନ୍ତ ରଞ୍ଜନ ପାତ୍ର, ଝୁନୁ ନାୟକ, ପ୍ରତିମା ସିହ୍ନା, ମୁରଲୀ ପଟ୍ଟନାୟକ, ତରୁଲତା ସାମଲ, ବିଦ୍ୟାଳୟର ସହଦେବ ଜୟସିଂ, ଅଶୋକ ଜୟସିଂ, ରୁସିନା ବେଗମ, ଜାନକୀ ଦେବୀ, ରୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Related Posts

About The Author

Add Comment