ଅନ୍ୟ ଜଣଙ୍କ ଟ୍ରାକ୍ଟର ନମ୍ବର ରେ ବିଜନେସ କରୁଥିଲେ ଟ୍ରାକ୍ଟର ମାଲିକ, ଗିରଫ ହୋଇ ଗଲେ ଜେଲ

Spread the love

ଜମନକିରା,ସନ୍ଧାନ ନ୍ୟୁଜ : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ କୁଟାରୀମାଲ ଗ୍ରାମର ବଳରାମ ବାଗ (୫୫) ଙ୍କ ଟ୍ରାକ୍ଟର ରେଜିଷ୍ଟ୍ରେସନ ନମ୍ବରରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ କେନ୍ଦୁଟିକ୍ରା ଗ୍ରାମର ରୁପେଶ ରଣା ନିଜ ଟ୍ରାକ୍ଟର କୁ ବ୍ୟବହାର କରିବା ଏବଂ ଏନେଇ ପରିବହନ ବିଭାଗ ପକ୍ଷରୁ ୮୦ ହଜାର ଟଙ୍କା ଚାଲାଣ କଟିଥିବା ବେଳେ ପୋଲିସ ଅଭିଯୁକ୍ତ ରୁପେଶ(୨୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦେଇଥିବା ପୋଲିସ କହିଛି। ଏନେଇ ଜମନକିରା ଥାନା କେସ ନ.୨୦/୨୬ ଅଧିନିୟମ ଧାରା ୩୪୧(୧)/୩୧୮(୪)/ ବିଏନଏସ/୧୯୨ ଏମସି ଏକ୍ଟ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୋଲିସର ସୂଚନା ଅନୁଯାଇ, ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ କୁଟାରୀମାଲ ଗ୍ରାମର ବଳରାମଙ୍କ ଏକ ଟ୍ରାକ୍ଟର ଯାହାର ରେଜିଷ୍ଟ୍ରେସନ ନମ୍ବର (ଓଡ଼ି ୧୫ ଟି ୦୧୫୩)ରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ କେନ୍ଦୁଟିକ୍ରା ଗ୍ରାମର ରୁପେଶ ତା ନିଜ ଟ୍ରାକ୍ଟର ରେ ଉକ୍ତ ନମ୍ବର କୁ ବ୍ୟବହାର କରିବା ବେଳେ ପରିବହନ ବିଭାଗ ପକ୍ଷରୁ ୮୦ ହଜାର ଟଙ୍କା ଚାଲାଣ କଟିଥିଲା। ବଳରାମଙ୍କ ମୋବାଇଲ ରେ ୮୦ ହଜାର ଟଙ୍କା କିଛି ଦିନ ବ୍ୟବଧାନରେ ଚାଲାଣ କରିଥିଲା। ଏକଥା ଜାଣିବା ପରେ ବଳରାମ ଆଶର୍ଯ୍ୟ ହୋଇଥିଲେ। ମୋ ଟ୍ରାକ୍ଟର ତ ଘରେ ଅଛି। କୌଣସି କାର୍ଯ୍ୟରେ ଲାଗୁନି ଆଉ କେମିତି ଚାଲାଣ କଟିଲା। ଅଭିଯୋଗ ଅନୁଯାଇ, ବଳରାମ ନିଜ ଚାଷ କାର୍ଯ୍ୟ ସରିବା ପରେ ଟ୍ରାକ୍ଟର ଟି ତିନି ଚାରି ମାସ ହେବ ତାଙ୍କ ନିଜ ଘରେ ପଡି ରହିଥିଲା। ହେଲେ କିଛି ଦିନ ର ବ୍ୟବଧାନ ରେ ୮୦ ହଜାର ଟଙ୍କାର ଚାଲାଣ କଟିବା ଦେଖି ସେ ସମ୍ବଲପୁର ପରିବହନ ବିଭାଗ କୁ ଅବଗତ କରାଇ ଥିଲେ। ହେଲେ ପରିବହନ ବିଭାଗ ତାଙ୍କୁ ଟ୍ରାକ୍ଟର ର ଫଟୋ ସହିତ ଚାଲାଣ କଟିବା କାରଣ ଓ ସ୍ଥାନ ପ୍ରମାଣ ସହିତ ଦେଇଥିଲେ। ଏହା ଦେଖି ବଳରାମ ଅନୁଭବ କରିଥିଲେ ତାଙ୍କ ନମ୍ବରରେ ଆଉ କିଏ ଜଣେ ଟ୍ରାକ୍ଟର ଚଳାଉଛି ତେଣୁ ସେ ଜାତୀୟ ରାଜପଥରେ କିଛିଦିନ ଜଗି ଥିଲେ। ହଠାତ ତାଙ୍କ ନଜର କୁ ଆସିଥିଲା ତାଙ୍କ ନମ୍ବର ଲାଗିଥିବା ଟ୍ରାକ୍ଟର। ସେ ସଙ୍ଗେ ସଙ୍ଗେ ଗୌଡ଼ପାଲି ଫାଣ୍ଡି ଅଧିକାରୀ ଙ୍କୁ ଅବଗତ କରିଥିଲେ। ଖବର ପାଇ ଗୌଡ଼ପାଲି ଫାଣ୍ଡି ଅଧିକାରୀ ମନୋରଞ୍ଜନ ଦାସ ପହଞ୍ଚି ଟ୍ରାକ୍ଟର ଟିକୁ ଜବତ କରିଥିଲେ ଏବଂ ଅଭିଯୁକ୍ତ ରୂପେଶ କୁ କୋର୍ଟ ଚାଲାଣ କରିଥିଲେ।

Related Posts

About The Author

Add Comment