ଅନୁଗୁଳ, ୨୮/୦୬(ସନ୍ଧାନ ନିୟୁଜ): ଅନୁଗୁଳ ଶାତକୋଶିଆ ଅଭୟାରଣ୍ୟକୁ ଆସିଛି ବାନ୍ଧବ ଗଡର ବାନ୍ଧବୀ। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଜାତୀୟ ଉଦ୍ୟାନରୁ ଏକ ବାଘକୁ ସାତଦିନ ତଳେ ଅଣାଯାଇଥିବା ବେଳେ ଗୁରୁବାର ମଧ୍ୟ ପ୍ରଦେଶ ବାନ୍ଧବ ଗଡରୁ ଆଉ ଏକ ଦୁଇ ବର୍ଷ ଦୁଇ ମାସର ବାଘୁଣୀକୁ ଅଣାଯାଇଛି। ବୁଧବାର ଏହି ବାଘୁଣୀକୁ ଟ୍ରାଙ୍କୁଲାଇଜର କରି ଧରାଯାଇଥିଲା। ବାଘୁଣୀକୁ ଆଣିବା ପାଇଁ ବନଅଧିକାରୀ ଓ ପ୍ରାଣୀ ଚିକିତ୍ସକଙ୍କୁ ନେଇ ଏକ ଦଳ ସେଠାକୁ ଯାଇଥିଲା। ପ୍ରାଣୀ ଚିକିତ୍ସକଙ୍କ ଦ୍ୱ।ରା ସ୍ୱାସ୍ଥ୍ୟବସ୍ଥା ଯାଞ୍ଚପରେ ବାଘୁଣୀଟିକୁ ଅନୁଗୁଳ ଶାତକୋଶିଆକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ଗାଡିରେ ଫ୍ୟାନ ଲଗାଯାଇ ପାଣି ସିଞ୍ଚନ କରି ବାଘୁଣୀଟିକୁ ଅଣାଯାଇଛି।
Report by-Jyoti ranjan panda